ଏକ୍ସ ଗାର୍ଲଫ୍ରେଣ୍ଡର ପ୍ରାଇଭେଟ୍ ଭିଡ଼ିଓ ଲିକ୍ କଲେ ଯୁବକ ; ଭାଙ୍ଗିଗଲା ବିବାହ , ଆଉ ତାପରେ …

ସଂସ୍କାର : ନିଜର ଆଉ ଏକ୍ସ ଗାର୍ଲଫ୍ରେଣ୍ଡର ଭିଡ଼ିଓ ଭାଇରାଲ୍ କରି ଫସିଲେ ଯୁବକ। ପ୍ରାଇଭେଟ ଭିଡ଼ିଓ ଲିକ୍ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ। ନିଜ ଏକ୍ସ ଗର୍ଲଫ୍ରେଣ୍ଡର ବିବାହ ଭାଙ୍ଗିବା ପାଇଁ ଯୁବକ ଜଣକ ଯୁବତୀଙ୍କ ଭାବି ସ୍ୱାମୀ ନିକଟକୁ ପ୍ରାଇଭେଟ୍ ଭିଡିଓ ପଠାଇବା ସହିତ ବାହାଘର ଭାଙ୍ଗି ଦେଇଥିଲେ । ଏହାପରେ ଯୁବତୀ ଜଣକ ପୂର୍ବତନ ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହିତ ପ୍ରାୟ ୧ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ । ୨୨ ବର୍ଷୀୟା ଯୁବତୀଙ୍କ ସହିତ ନିଜର ପ୍ରାଇଭେଟ ମୂହୁର୍ତ୍ତର ଫଟୋ ନିଜ ସାଙ୍ଗ ନମ୍ବରରୁ ପଠାଇଥିଲେ ଯୁବକ । ଯୁବତୀ ଜଣଙ୍କର ବିବାହ ସ୍ଥିର ହେବା ପରେ ଯୁବକ ଜଣକ ନିଜ ସାଙ୍ଗ ଫୋନରୁ ଭିଡିଓ ଗୁଡିକୁ ଭାବି ସ୍ୱାମୀ ନିକଟକୁ ପଠାଇଥିଲା । ଏହାପରେ ବିବାହ ଭାଙ୍ଗି ଯାଇଥିଲା ।

ଶେଷରେ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତ ପୂର୍ବତନ ପ୍ରେମିକକୁ ଗିରଫ କରିଛି ପୋଲିସ । ତେବେ ଘଟଣାଟି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର। ତେବେ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *