ଏକୁଟିଆ ଦେଖି ମହିଳାଙ୍କ ଉପରେ ମାଡି ବସିଲେ ପୂଜକ, ଆଉ ତା’ପରେ…

ସଂସ୍କାର : ବ୍ରାହ୍ମଣ ପୂଜକଙ୍କ ଦାନବ ରୂପ। ମହିଳାଙ୍କର ବିଧବା ଯୋଗ ଅଛି କହି ମହିଳାଙ୍କ ଉପରେ ମାଡି ବସିଲେ ପୂଜକ। ଆଉ ଦୁଷ୍କର୍ମ କରିବା ପାଇଁ କଲେ ଉଦ୍ୟମ। ଆଉ ଘଟଣାସ୍ଥଳରୁ ଖସି ଆସି ପୀଡିତା ମହିଳା ଜଣକ ଥାନାରେ ଏତଲା ଦେବାପରେ ଗିରଫ ହେଲେ ଅଭିଯୁକ୍ତ ରୋମିଓ ପୂଜକ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଇକମାଲ ଥାନା ଅଞ୍ଚଳରେ।

ସୂଚନାନୁଯାୟୀ, ପାଇକମାଲ ଅଞ୍ଚଳର ଜଣେ ମହିଳା ପାଇକମାଲ ସହରର ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର , ମହିଳାଙ୍କର ବିଧବା ଯୋଗ ଅଛି ବୋଲି ଭବିଷ୍ୟବାଣୀ କରିଥିଲେ। ଆଉ ଏହାର ଉପଚାର ପାଇଁ ଯଜ୍ଞ କରିବାକୁ କହିଥିଲେ ପୂଜକ। ଫଳରେ ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରିଥିଲେ। ରିଷ୍ଟ ଖଣ୍ଡନର ଉପଚାର କହିବାକୁ ଯାଇ ପୂଜକ ଜଣକ , ମହିଳାଙ୍କୁ କହିଥିଲେ ଯେ, ରାତିରେ ଏକୁଟିଆ ଆସ ମୁଁ ତୁମର ସବୁ ରିଷ୍ଟ ଖଣ୍ଡନ କରିଦେବି। କାରଣ ରାତିରେ ପୂଜାପାଠ କରି ଡେଉଁରିଆ ପିନ୍ଧିଲେ ପୂଜା ସିଦ୍ଧି ହୋଇଥାଏ। ପୂଜକଙ୍କ କଥା ଅନୁସାରେ ମହିଳା ଜଣକ ରାତିରେ ମନ୍ଦିରକୁ ଆସି ପୂଜାପାଠ କରି ଏକ ଡେଉଁରିଆ ନେଇ ପୂଜକଙ୍କୁ ୨୫୦୦୦ ଟଙ୍କା ମଧ୍ୟ ଦେଇଥିଲେ।

ମାତ୍ର ଏତେ ଗୁଡାଏ ଟଙ୍କା ନେବା ପରେ ମଧ୍ୟ ସନ୍ତୁଷ୍ଟ ନ ହୋଇ ପୂଜକ ଜଣକ ନିଜର ଦେହ ଭୋକ ମେଣ୍ଟାଇବା ପାଇଁ ମହିଳାଙ୍କ ଉପରକୁ ଲମ୍ଫ ମାରିଥିଲେ।  ପୂଜକ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ମହିଲା ଜଣକ ପାଇକମାଲ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପାଇକମାଲ ଥାନାରେ ୧୬୯/୨୦୨୧ ଏକ ମାମଲା ରୁଜୁ କରି ଡାକ୍ତରୀ ମାଇନା କରି ପୂଜକଙ୍କୁ ଜେଲ ପଠା ଯାଇଥିବା ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *