ସଂସ୍କାର : ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ୍ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ସେହି କେସ୍ ବାବଦରେ ବିଭିନ୍ନ ପ୍ରଶ୍ନ ପଚାରିଥାଏ। ଆଉ ପୋଲିସର ମାଡ଼ ଓ ପ୍ରଶ୍ନ ପଚାରିବାର ତରିକାରେ ଭୟଭୀତ ହୋଇ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଫଟାଫଟ ଦେଇଦିଏ ଗିରଫ ହୋଇଥିବା ଅଭିଯୁକ୍ତ। କିନ୍ତୁ ବର୍ତ୍ତମାନ ଏପରି ଏକ ଅଭିଯୁକ୍ତର ବୟାନ ଜାତୀୟ ଗଣମାଧ୍ୟମରେ ଭାଇରାଲ୍ ହେଉଛି , ଯାହାକୁ ଶୁଣିଲେ ଆପଣ ବି ନିଜର ହସ ରୋକିପାରିବେ ନାହିଁ। ଆଉ ହସିବା ସହିତ ରାଗିବେ ମଧ୍ୟ। କାରଣ ଅଭିଯୁକ୍ତ ଜଣକ ଏଭଳି ଏକ ବୟାନ ପୋଲିସକୁ ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଲିଙ୍କ ରୋଡ ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତି ୨ ଜଣ ମହିଳାଙ୍କୁ ଛୁରୀ ସାହାର୍ଯ୍ୟରେ ହତ୍ୟା କରିଛି। ଦୁଇ ଦୁଇଟି ଘରେ ପ୍ରବେଶ କରି ଏକ ଅଜଣା ବ୍ୟକ୍ତି ୨ ମହିଳାଙ୍କୁ ଛୁରି ଦ୍ୱାରା ହତ୍ୟା କରିଛି। ଆଉ ଏହି ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଥିଲା। ପୋଲିସ୍ ଅପରାଧୀକୁ ଧରିବା ପାଇଁ ନାକେଦମ ହୋଇଯାଇଥିଲା। ଅଭିଯୁକ୍ତ ରହସ୍ୟମୟ ଭାବେ ଘଟଣାସ୍ଥଳରୁ ଫେରାର୍ ହୋଇଥିଲା । ମହିଳାଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେବେ ସେହି ଅଞ୍ଚଳରେ ଆଉ ଜଣେ ମହିଳାଙ୍କ ଉପରେ ଆକ୍ରମଣ ହେବାରୁ ପୋଲିସର ସନ୍ଦେହ ହୋଇଥିଲା ଯେ, ଅପରାଧୀ ପାଖାପାଖି ହିଁ ରହିଛି। ଆଉ ଏହି ଅଭିଯୁକ୍ତ ଜଣକ ସାଇକୋ ହୋଇଥାଇପାରେ ବୋଲି ପୋଲିସ୍ ସନ୍ଦେହ କରିଥିଲା ।
ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅନେକ ଟିମକୁ ନିୟୋଜିତ କରିଥିଲା । ଅନେକ ସିସିଟିଭି ମାଧମରେ ଖୋଜିବା ପରେ ଅଭିଯୁକ୍ତକୁ ଧରିଥିଲା ଗାଜିଆବାଦ ପୋଲିସ୍। ମାତ୍ର ଗାଜିଆବାଦ ପୋଲିସ ଏହି ଅଭିଯୁକ୍ତକୁ ଧରିବା ପରେ ପୋଲିସର ପ୍ରଶ୍ନ ପଚାରିପଚାରି ନିଦ ହଜିଗଲାଣି। ପୋଲିସ୍ ର କହିବା ଅନୁସାରେ, ଅଭିଯୁକ୍ତର ନାଁ ସୋନୁ ହୋଇଥିବା ବେଳେ ବୟସ ତାର ୩୫ ବର୍ଷ । ସୋନୁ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରେ । କିନ୍ତୁ ସେ ଜଣେ ସାଇକୋ ବା ପାଗଳ।
ପଚରାଉଚରା ପରେ ଅଭିଯୁକ୍ତ ସୋନୁର ବୟାନ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଯେଉଁ ମହିଳାଙ୍କୁ ସେ ଆକ୍ରମଣ କରିଥିଲା , ସେମାନଙ୍କ ସହ ସୋନୁର କୌଣସି ଚିହ୍ନା ନଥିଲା କି ସେମାନେ କୌଣସି ଶତ୍ରୁ ନଥିଲେ । ଇଛା ହେବାରୁ ମହିଳାଙ୍କୁ ଛୁରିରେ ଆକ୍ରମଣ କରିଥିଲା ବୋଲି ସୋନୁ ପୋଲିସକୁ କହିଛି। ପୋଲିସର କହିବା ମୁତାବକ, ୨୦୧୫ରେ ଅଭିଯୁକ୍ତ ସୋନୁର ବାହାଘର ହୋଇଥିଲା । ବାହାଘରର ମାସେ ପରେ ସୋନୁର ପତ୍ନୀ ତାକୁ ଛାଡି ଚାଲିଯାଇଥିଲା । ଲାଗୁଛି କି, ଏହା ପରେ ମହିଳାଙ୍କ ଉପରେ ସୋନୁର ରାଗ ବଢ଼ିଯାଇଥିଲା । ଏହି କାରଣରୁ ସେ ଅନେକ ମହିଳାଙ୍କ ଉପରେ ଆକ୍ରମଣ କରୁଥିଲା। ଆଉ ବର୍ତ୍ତମାନ ଏହି ଦୁଇ ମହିଳାଙ୍କୁ ହତ୍ୟା କରି ସେ ଚର୍ଚ୍ଚାକୁ ଆସିଛି। ସେ ପୂର୍ବରୁ ମଧ୍ୟ ୫ ଜଣ ମହିଳାଙ୍କୁ ଛୁରୀରେ ଆଘାତ କରିଛି ବୋଲି ପୋଲିସକୁ ବୟାନ ଦେଇଛି। କିନ୍ତୁ ଏହା ସତ ନା ମିଛ ପୋଲିସ୍ ଜାଣିପାରୁ ନାହିଁ। ତେବେ ତାକୁ ଆହୁରି ପ୍ରଶ୍ନ ପଚରାଯାଉଛି ବୋଲି ପୋଲିସ୍ ଗଣମାଧ୍ୟମକୁ ସୂଚନା ଦେଇଛି ।