ସଂସ୍କାର : ଆଜି ହେଉଛି ଗଣେଶ ଚତୁର୍ଥୀ । ପ୍ରଭୁ ଗଜାନନ ଆଜି ଧରାପୃଷ୍ଠରେ ଅବତରଣ କରିବେ। ଆଜି ସାରା ଭାରତବର୍ଷରେ ଗଣେଶ ପୂଜା ଉତ୍ସବ ପାଳିତ ହେବ। ଆଜି ସମସ୍ତ ମନ୍ଦିର ଓ ପୂଜା ପେଣ୍ଡାଲ ଗୁଡିକରେ ଗଣେଶ ପ୍ରଭୁଙ୍କର ପୂଜା ଅର୍ଚନା କରାଯିବ। ତେଣୁ ଆଜି ଏପରି କିଛି କାମ କରନ୍ତୁ ଯାହାଦ୍ୱାରା ଆପଣ ସଫଳତାର ଶୀର୍ଷରେ ପହଁଚିବେ। ଶାସ୍ତ୍ରରେ ଗଣେଶଙ୍କୁ ବିଘ୍ନ ବିନାଶକାରୀ କୁହାଯାଏ। ତେଣୁ ଆଜି ଆମେ ଏଠାରେ କିଛି ଏପରି କାମ ବିଷୟରେ ଉଲେଖ୍ୟ କରିଛୁ ଯାହାକୁ କଲେ ଆପଣଙ୍କର ସବୁ ରିଷ୍ଠଖଣ୍ଡନ ହେବା ସଙ୍ଗେ ସଙ୍ଗେ ସଫଳତା ମିଳିବ।
୧) ଗଣେଶଙ୍କୁ ଆଦି ଦେବତା ଭାବରେ ପୂଜା କରାଯାଇଥିବା କାରଣରୁ ତାଙ୍କର ପୂଜା ଦିନ ଗଣପତି ଅଥର୍ବ ଶୀର୍ଷ ପାଠ କରାଯାଇଥାଏ l ଏହାକୁ ପାଠ କଲେ ଜୀବନରେ ବିପତି ଦୂରେଇ ଯାଇଥାଏ।
୨) ଗଣେଶ ଯନ୍ତ୍ର ଘରେ ରଖି ପୂଜା କରିବା ଖୁବ ଶୁଭ ମନାଯାଇଥାଏ। ଗଣେଶ ଚତୁର୍ଥୀ ଦିନ ଏହି ଗଣେଶ ଯନ୍ତ୍ରକୁ ସ୍ଥାପନା କରନ୍ତୁ ଏହି ମନ୍ତ୍ରକୁ ସ୍ଥାପନା କରିବା ଦ୍ୱାରା ଘରର ସମସ୍ତ ଖରାପ ଶକ୍ତି ହ୍ରାସ ପାଇଥାଏ ଓ ଜୀବନରେ ସ୍ଥିରତା ଆସିଥାଏ।
୩) ଗଣେଶଙ୍କ ନିକଟରେ ଗୁଡ଼ ଓ ଘିଅ ଭୋଗ ଲଗାନ୍ତୁ। ଏହାପରେ ସେହି ଗୁଡ଼ ଘିଅକୁ ଗାଈକୁ ଖାଇବାକୁ ଦିଅନ୍ତୁ , ତେବେ ଦେଖିବେ ଏହି ଉପାୟ ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବ। ନଚେତ ଶ୍ରୀ ଗଣେଶଙ୍କୁ ୨୧ ଟି ଗୁଡ଼ରେ ପ୍ରସ୍ତୁତ ଗୁଳି ଦୁବ ସହିତ ଅର୍ପଣ କରନ୍ତୁ , ଆପଣଙ୍କର ସମସ୍ତ ମନ ଇଛା ପୁରାଣ ହେବ ।
୪) ଯଦି ଆପଣ ଚାକିରିଆ ତେବେ ଗଣେଶଙ୍କୁ ୫ଖଣ୍ଡ ହଳଦୀ ଶ୍ରୀ ଗଣାଧିପତୟେ ନମଃ ଉଚ୍ଚାରଣ କରି ଅର୍ପଣ କଲେ ଆପଣଙ୍କର ପ୍ରମୋସନ ହେବ।
୫) ଗଣେଶ ଚତୁର୍ଥୀ ଦିନ ଗରିବଙ୍କୁ ଦାନ ଧର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।
୬) ଯଦି କନ୍ୟାର ବିବାହ ହୋଇ ପାରୁନାହିଁ , ତେବେ ଏହିଦିନ ଗଣେଶଙ୍କ ନିକଟରେ ଗୋଟିଏ ଗୋଟାଗୁଆ ନାଲି କପଡ଼ାରେ ବାନ୍ଧି ରଖି ଦିଅନ୍ତୁ। ଦେଖିବେ କନ୍ୟାର ବାହାଘର ଖୁବ ଶୀଘ୍ର ହୋଇଯିବ।
୭) ଯଦି ଆପଣ ସବୁ ସମୟରେ ରୋଗ ଗ୍ରସ୍ତ ହେଉଛନ୍ତି ତେବେ ଏହିଦିନ ଗଣେଶଙ୍କ ନିକଟରେ କଳସ ବସାଇ ଗଣେଶ ସ୍ତୁତି ପାଠ କରନ୍ତୁ।