ସ୍କୁଟିରେ ଲୁଚି ରହିଥିଲା ବିଷଧର ନାଗସାପ , ଦେଖନ୍ତୁ କିପରି କରାଗଲା ଉଦ୍ଧାର

ସଂସ୍କାର : ସୋସିଆଲ୍ ମିଡ଼ିଆ ପ୍ରତ୍ୟେକ ଦିନ ଅନେକ ନୂଆ ନୂଆ ଭିଡ଼ିଓ ଭାଇରାଲ୍ ହେଉଛି। ସୋସିଆଲ ମିଡିଆରେ ଦୁନିଆର କୋଣ ଅନୁକୋଣରେ ଥିବା ଅନେକ ଅଦ୍ଭୁତ ଭିଡିଓ ଭାଇରାଲ୍ ହୋଇଥାଏ। ଯାହାକୁ ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ। ତେବେ ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରିଛି ଯାହାକୁ ଦେଖିବା ପରେ, ଆପଣ ନିଶ୍ଚିତ ଭାବରେ ଭାବିବାକୁ ବାଧ୍ୟ ହେବେ ଯେ ଏହା କିପରି ସମ୍ଭବ ହେଲା ? ବାସ୍ତବରେ, ଆମେ ଯେଉଁ ଭିଡିଓ ବିଷୟରେ କହୁଛୁ, ତାହା ଏକ ବିଷଧର ସାପର ଘଟଣା।

ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଏକ ସ୍କୁଟି ରହିଛି । ଆଉ ସେହି ସ୍କୁଟିର ହ୍ୟାଣ୍ଡେଲରେ ଏକ ବିଷଧର ସାପ ଲୁଚି ରହିଛି। ଆଉ ସାପଟିକୁ ଧରିବା ପାଇଁ ଜଣେ ବ୍ୟକ୍ତି ଅନେକ କୌଶଳ ଆପଣାଉଛି।

ବର୍ତ୍ତମାନ କଳ୍ପନା କରନ୍ତୁ ଯଦି ଏହି ସ୍କୁଟି ଚଳାଇବା ପାଇଁ କେହି ଏହା ଉପରେ ବସିଥାନ୍ତେ। ତାହା ହେଲେ ତ ସେହି ବ୍ୟକ୍ତିର ଜୀବନ ପଳାଇଥାନ୍ତା। ଭିଡ଼ିଓଟିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତିଙ୍କର ସ୍କୁଟିର ମିରର୍ ଲାଗିବା ସ୍ଥାନରେ ଏକ ବିଷଧର ନାଗସାପ ଲୁଚି ରହିଥିଲା। ଆଉ ସାପ ଦେଖି ଲୋକଟି ହଠାତ ଉଠିଯାଇ ଏକ ବଡ଼ ଲୁହା ସାହାଯ୍ୟରେ ହ୍ୟାଣ୍ଡଲେଟିକୁ ବାହାର କଲା। ଆଉ ହ୍ୟାଣ୍ଡଲେରୁ ସାପଟି ବାହାରିବା ପରେ ତାକୁ କୌଶଳ କ୍ରମେ ଏକ ବଡ଼ ବୋତଲ ଭିତରେ ଭର୍ତ୍ତି କରିଦେଲା। ତେବେ ଏହି କାମ କରିବା ସେହି ବ୍ୟକ୍ତିଙ୍କ ପାଇଁ ଏତେ ସହଜ ନ ଥିଲା। କିନ୍ତୁ ସଫଳତାର ସହିତ ଏହି ବିଷଧର ନାଗସାପକୁ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *