ଅଳିଆ ଫିଙ୍ଗିବା ପରିବର୍ତ୍ତେ ନିଜର ଛୋଟ ଶିଶୁକୁ ଡଷ୍ଟବିନରେ ଫିଙ୍ଗିଲେ ମହିଳା, ଭିଡ଼ିଓ ସେୟାର କଲେ କ୍ରିକେଟର ହରଭଜନ ସିଂ

ସଂସ୍କାର : ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଚିତ୍ର ଏବଂ ମଜାଳିଆ ଭିଡିଓ ପ୍ରାୟତଃ ଭାଇରାଲ୍ ହେବାରେ ଦେଖାଯାଏ, ଯାହା କିଛି ମୁହୂର୍ତ୍ତରେ ଇଣ୍ଟରନେଟରେ ଭାଇରାଲ ହୋଇଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ନିଜ ଶିଶୁ କନ୍ୟାକୁ ଅଳିଆ ବ୍ୟାଗ ଭାବି ବାଉଳରେ ଫୋପାଡି ଦେଉଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ତାଙ୍କ ଘରର କବାଟ ଆଡ଼କୁ ଯାଉଛନ୍ତି । ତାଙ୍କର ଗୋଟିଏ ହାତରେ ଆବର୍ଜନା ବା ଘରର ଅଳିଆ ରହିଥିବା ବେଳେ ଅନ୍ୟ ହାତରେ ତାଙ୍କର ଛୋଟ ଶିଶୁ ରହିଛି। ତେବେ ଭିଡିଓଟିକୁ ଦେଖିଲେ ଆପଣ ନିଶ୍ଚିତ ଭାବିବେ ଯେ ମହିଳା ଅଳିଆ ଫିଙ୍ଗିବାକୁ ଯାଉଛନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସବୁ ଓଲଟା ହେଉଛି। ସେହି ମହିଳା ଜଣକ ଅଳିଆ ବଦଳରେ ନିଜ ପିଲାକୁ ଅଳିଆ ଭାବି ଡଷ୍ଟବିନରେ ଫୋପାଡି ଦେଇଛନ୍ତି। ତେବେ ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯେତେବେଳେ ମହିଳା ଜଣକ ଘରକୁ ଫେରି ତାଙ୍କ ହାତରେ ଥିବା ଅଳିଆକୁ ଦେଖନ୍ତି, ସେତେବେଳେ ସେ ବହୁତ ନର୍ଭସ ହୋଇ ସଙ୍ଗେ ସଙ୍ଗେ ପିଲାଟିକୁ ନେବାକୁ ଦୌଡ଼ନ୍ତି। ତେବେ ବର୍ତ୍ତମାନ ଲୋକମାନେ ଏହି ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଯଦିଓ ଏହି ଭିଡିଓଟି ବହୁତ ପୁରୁଣା, କିନ୍ତୁ ଏହି ଭିଡିଓକୁ ଏପର୍ଯ୍ୟନ୍ତ ଅନେକ ଭିୟୁ ମିଳିସାରିଛି।

ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-

ଆମେ ଆପଣଙ୍କୁ କହି ଦେବାକୁ ଚାହିଁବୁ ଯେ, ଏହି ଭିଡିଓ ଟିମ୍ ଇଣ୍ଡିଆର ଆଗଧାଡ଼ିର ସ୍ପିନର ହରଭଜନ ସିଂ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସେୟାର କରିବାବେଳେ ସେ ଶିଖର ଧାୱନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ‘ଶିଖର ଧାୱନ ଏହା କରନ୍ତି।’ ତେବେ ଧାୱନ ମଧ୍ୟ ଏହି ଭିଡ଼ିଓରେ ହସୁଥିବାର ଏକ ପତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *