ଧୋନିଙ୍କୁ ‘ମେଣ୍ଟର’ କରିବା ପରେ ମଧ୍ୟ ଟି -20 ବିଶ୍ୱକପ ଜିତିବାରେ ହେବନାହିଁ ସହାୟକ, ଜାଣନ୍ତୁ ଏହାର କାରଣ

Even after making MS Dhoni 'mentor', India's defeat in T20 World Cup is fixed, know the reason

ଭାରତୀୟ ଦଳର ଖେଳାଳି ଟି -20 ବିଶ୍ୱକପ ଖେଳିବାକୁ ଘୋଷଣା କରାଯିବା ସହିତ ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆରେ ସହକାରୀ ପ୍ରଶିକ୍ଷକ ବା ମେଣ୍ଟର ଭାବରେ ଭାରତୀୟ ଦଳକୁ ଫେରିଛନ୍ତି। ଭାରତୀୟ କ୍ରିକେଟର ପ୍ରଶଂସକଙ୍କ ଆଶା ରହିଛି ଯେ ଭାରତ ପୁଣି ଥରେ ଆଇସିସି ବିଶ୍ୱକପ ଟ୍ରଫି ଜିତିବ। ଧୋନି ଫେରିବା ପରେ ମଧ୍ୟ ଟିମ୍ ଇଣ୍ଡିଆରେ କିଛି ଅଭାବ ରହିଛି। ଯେଉଁଥିପାଇଁ ଭାରତ ପୁଣି ଥରେ ବିଶ୍ୱକପରେ ହାରିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା କାହିଁକି ?

ଧୋନିଙ୍କୁ ‘ମେଣ୍ଟର’ କରିବା ପରେ ମଧ୍ୟ ଟି -20 ବିଶ୍ୱକପ ଜିତିବାରେ ହେବନାହିଁ ସହାୟକ, ଜାଣନ୍ତୁ ଏହାର କାରଣ

କପିଳ ଦେବ କହିବା ଅନୁଯାୟୀ ଦଳରେ ଧାୱନଙ୍କ ଅନୁପସ୍ଥିତି ଭାରତ ପାଇଁ ବଡ କ୍ଷତି ହୋଇପାରେ। 2013 ଚାମ୍ପିଅନ୍ସ ଟ୍ରଫି ପରେ ଧାୱନ ସୀମିତ ଓଭର ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ଭାରତ ପାଇଁ ଆଇସିସି ଟୁର୍ନାମେଣ୍ଟରେ ଶ୍ରେଷ୍ଠ ଖେଳାଳି ଅଟନ୍ତି।

ଟିମ୍ ଇଣ୍ଡିଆରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମି ଏଥିରେ ସାମିଲ ହୋଇଛନ୍ତି। ବୁମରାଙ୍କ ବ୍ୟତୀତ ଟି -20 କ୍ରିକେଟରେ ଉଭୟଙ୍କ ପ୍ରଦର୍ଶନ ବିଶେଷ ହୋଇପାରି ନାହିଁ। ଭୁଭି ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ଶାମି ଆଜି ମଧ୍ୟ ଟି -20 ରେ ନିଜକୁ ପ୍ରମାଣ କରିପାରି ନାହାଁନ୍ତି । ଯଦି ଏହି ଖେଳାଳିମାନେ ଭଲ ପଦର୍ଶନ ନ କରନ୍ତି ତେବେ ଏହି କାରଣରୁ ଟିମ୍ ଇଣ୍ଡିଆ ପାଇଁ ଶାର୍ଦ୍ଦୁଲ ଠାକୁର ଏବଂ ଦୀପକ ଚହରଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇ ନଥାନ୍ତା ଏବଂ ଶିଖର ଧାୱନ, ସଂଜୁ ସାମସାନ, ପୃଥ୍ୱୀବ ସା ଏବଂ ୟକର ସ୍ପେସାଲିଷ୍ଟ ଟି ନଟରାଜନ ଭଳି ଖେଳାଳିଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇ ଥାନ୍ତା।

ବିଶ୍ୱକପ ପରାଜୟ ପରେ ଶାସ୍ତ୍ରୀ କୋହଲି ଏବଂ ଶ୍ରେୟାସ ଆୟରଙ୍କୁ ନମ୍ବର 4 ଖେଳାଳି ବୋଲି କହିଁଛନ୍ତି। ସେ ଏହା ମଧ୍ୟ ପ୍ରମାଣ କରିଛନ୍ତି ଯେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ସେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଆହତ ପରେ ଦଳକୁ ଫେରୁଥିବା ଆୟରଙ୍କୁ ରିଜର୍ଭ ସ୍ଥାନ ଦିଆଯାଇଛି। ଯାହା ପରେ ପୁଣି ଥରେ ପ୍ରଶ୍ନ ଉଠିଛି ନମ୍ବର 4 ଅଭିଜ୍ଞ ଖେଳାଳି ବିଷୟରେ।

ଗତ ଦୁଇ ବର୍ଷ ମଧ୍ୟରେ ଚହଲ ସୀମିତ ଓଭରରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି। ଏହା ପରେ ମଧ୍ୟ ସେ ଦଳରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହାଁ। ଦଳରେ ଅଶ୍ୱିନଙ୍କୁ ତାଙ୍କ ସ୍ଥାନ ଦିଆଯାଇଛି। 2017 ପରେ ଅଶ୍ୱିନ୍ ସୀମିତ ଓଭର ଦଳରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ରାହୁଲ ଚହରଙ୍କର ମଧ୍ୟ ଏଭଳି ବଡ ଟୁର୍ନାମେଣ୍ଟ ରେ ସେତେଟା ଅଭିଜ୍ଞତା ନାହିଁ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଜିତିବା ଟିକେ କଷ୍ଟକର ହେବ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇଛି। ପିଠିରେ ଆହତ ଯୋଗୁଁ ସେ ବହୁତ ଦିନ ଖେଳରୁ ବାହାରେ ରହିଛନ୍ତି। ସେ ଏପରିକି ଦୀର୍ଘ ସମୟ ଧରି ବୋଲିଂ ମଧ୍ୟ କରିନାହାଁନ୍ତି। ଏଭଳି ପରିସ୍ଥିତିରେ, ହାର୍ଦ୍ଦିକ କ୍ରମାଗତ ଭାବରେ ନିଜର ସମ୍ପୂର୍ଣ୍ଣ ଅଲରାଉଣ୍ଡର ଭୂମିକା ନିଭାଇବାରେ ସକ୍ଷମ ହେବେ କି ? ଏହି ସବୁ ପ୍ରଶ୍ନ କ୍ରମାଗତ ଭାବରେ ଚର୍ଚ୍ଚା ହେଉଛି।ଏହା ବ୍ୟତୀତ ଟିମ୍ ଇଣ୍ଡିଆର ତାଙ୍କ ବ୍ୟାକଅପ୍ ପାଇଁ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନାହିଁ।

ଏହା ମଧ୍ୟ ପଢନ୍ତୁ :- କପିଲ୍ ଦେବ ଙ୍କ ବଡ ବୟାନ, ଚୟନକର୍ତ୍ତା ଙ୍କ ଅଣଦେଖା ଯୋଗୁଁ ଏହି ଅନୁଭବୀ ଖେଳାଳିଙ୍କ ଅଧ୍ୟାୟ ହେବ ସମାପ୍ତ

Leave a Reply

Your email address will not be published. Required fields are marked *