ସ୍ୱାମୀ ଧୋକା ଦେବାରୁ ସ୍ତ୍ରୀ ନେଲା ରିଭେଞ୍ଜ୍ ; ସ୍ୱାମୀର ପ୍ରାଇଭେଟ୍ ପାର୍ଟକୁ ନଟବୋଲ୍ଟରେ ସିଲ୍ କଲା ସ୍ତ୍ରୀ, ତାପରେ…

ସଂସ୍କାର : ମହିଳା ହୁଅନ୍ତୁ କିମ୍ବା ପୁରୁଷ, ଯଦି ତାଙ୍କୁ ପ୍ରେମରେ ଧୋକା ମିଳିଥାଏ ତେବେ ସେ କେଉଁ ପ୍ରକାରର ସବୁ ପଦକ୍ଷେପ ନିଅନ୍ତି ସେ ବିଷୟରେ ଆପଣ ନିଶ୍ଚୟ ଦେଖିଥିବେ କିମ୍ବା ପଢିଥିବେ, କିନ୍ତୁ ଆଜି ଆମେ ଏଠାରେ ଏପରି ଏକ ଖବର ବିଷୟରେ ଉଲେଖ୍ୟ କରିଛୁ ଯାହାକୁ ପଢିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାକ୍ରମ ଏହା ଯେ, ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଧୋକା ଦେଉଥିଲେ। ସେ ବ୍ୟକ୍ତି ଜଣକ ଅନ୍ୟ ଜଣେ ମହିଳା ସହିତ ଅନୈତିକ ସମ୍ପର୍କ ରଖିଥିବାର ଖବର ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ। ଆଉ ପତ୍ନୀ ଜଣକ ନିଜ ପତିକୁ ଏପରି ଦଣ୍ଡ ଦେଲେ ଯାହାକୁ ପଢିଲେ ଆପଣଙ୍କର ରୁମ୍ ଠିଆ ହୋଇଯିବ। ଯାହାକି ଆପଣ କିମ୍ବା ସେ ବ୍ୟକ୍ତିଜଣକ କେବେ କଳ୍ପନା କରି ନଥିବେ। ସେଭଳି ଦଣ୍ଡ ନିଜ ପତିକୁ ଦେଇଛନ୍ତି ପତ୍ନୀ।

ମିଳିଥିବା ସୂଚନା ଅନୁଯାୟୀ , ବିବାହିତ ପୁରୁଷଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଥିଲା। ଅନ୍ୟପଟେ ତାଙ୍କ ପତ୍ନୀ ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ରାଗ ଜର୍ଜରିତ ହୋଇ ପତ୍ନୀ ଏପରି ପ୍ରତିଶୋଧ ନେଲେ ଯେ ସେ ପୁରୁଷର ପ୍ରାଣ ଯାଉ ଯାଉ ବଞ୍ଚି ଯାଇଥିଲା। ଡାକ୍ତରଖାନାର ଡାକ୍ତରମାନେ ଅସ୍ତ୍ରୋପଚାର କରି ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲେ।

ଏହି ମାମଲା ୟୁକ୍ରେନ ଅଟେ ଯେଉଁଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ଅବିଶ୍ୱାସ କରି ପ୍ରତିଶୋଧ ନେବାକୁ ଭାବିଥିଲା। ତାର ସ୍ୱାମୀ ରାତିରେ ଶୋଇଥିବା ସମୟରେ ସେ ଏକ ଭୟଙ୍କର ଷଡଯନ୍ତ୍ର କରିଥିଲା। ସ୍ୱାମୀ ଶୋଇବା ପରେ ସ୍ତ୍ରୀ ଜଣକ ସ୍ୱାମୀର ପ୍ରାଇଭେଟ୍ ପାର୍ଟରେ ଲୁହାର ନଟବୋଲ୍ଟ ଲଗାଇଦେଇଥିଲେ। ସଂଗେ ସଂଗେ ସେ ବ୍ୟକ୍ତି ଜଣକ ତାଙ୍କର ଏହି ଅବସ୍ଥା ଦେଖିବା ପରେ ମେଡ଼ିକାଲକୁ ଦୌଡ଼ିଥିଲେ। ଆଉ ଡାକ୍ତରମାନେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କର ପ୍ରାଇଭେଟ୍ ପାର୍ଟରୁ ସେ ନଟବୋଲ୍ଟ ବାହାର କରିଥିଲେ। ତେବେ ସେ ବ୍ୟକ୍ତି ଜଣକ ମରୁ ମରୁ ବଞ୍ଚି ଯାଇଥିଲେ। ତେବେ ମହିଳା ଜଣକ ସନ୍ଦେହ କରିଥିଲେ ଯେ ତାଙ୍କ ସ୍ୱାମୀ ବାହାରେ ଅନ୍ୟ ଜଣେ ମହିଳାଙ୍କ ସହ ମଧ୍ୟ ସମ୍ପର୍କ ରଖିଛନ୍ତି ଏବଂ ଏହି କାରଣରୁ ସେ ବିରକ୍ତ ହେବାକୁ ଲାଗିଲେ ଏବଂ ସେ ଏହି ପଦକ୍ଷେପ ନେଇଥିଲେ।

Leave a Reply

Your email address will not be published. Required fields are marked *