ସଂସ୍କାର : ଆପଣ ନିଶ୍ଚୟ ଅନେକ ମହାନ ସାଧୁଙ୍କୁ ଏକ ଗଛ ତଳେ ବସି ତପସ୍ୟା କରୁଥିବା ଦେଖିଥିବେ, କିନ୍ତୁ ଆପଣ ଫୁଟୁଥିବା ଗରମ ପାଣିରେ ବସି ତପସ୍ୟା କରୁଥିବା ବ୍ୟକ୍ତିଙ୍କୁ କେବେ ଦେଖିଛନ୍ତି କି ? ଗୋଟିଏ ପଟେ ସମଗ୍ର ବିଶ୍ୱରେ ଅନ୍ଧବିଶ୍ୱାସର କୌଣସି ଅଭାବ ନଥିବା ବେଳେ ଅନ୍ୟପଟେ ଆଜିକାଲି ଆମେ ଅନେକ ଅନ୍ଧ ବିଶ୍ୱାସ ଭଳି କାମ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ପାଇଲୁଣୁ।

ସୋସିଆଲ ମିଡିଆରେ ଏଭଳି ଜଣେ ନିରୀହ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଆପଣଙ୍କ ମନରେ ବି ଅନେକ ପ୍ରଶ୍ନ ଉଙ୍କି ମାରିବ।
୩୦ ସେକେଣ୍ଡର ଏହି ଭିଡ଼ିଓ କ୍ଲିପରେ ଜଣେ ବାଳକ ଯାହାର ବୟସ ପାଖାପାଖି ୧୧ ବର୍ଷ ହେବା ଭଳି ଜଣାପଡୁଛି ସେ ଫୁଟୁଥିବା ଗରମ ପାଣି ଭର୍ତ୍ତି ଏକ ପ୍ୟାନରେ ବସିଛି। ସେ ନିଜର ହାତକୁ ବାନ୍ଧି ଫୁଟୁଥିବା ଗରମ ପାଣିରେ ବସିଥିବାର ନଜର ଆସୁଛି। ଆଉ ଏହି ଛବିକୁ ଦେଖିଲେ ଜଣାପଡୁଛି ଯେ, ସେ କିଛି ମନ୍ତ୍ର ଜପ କରୁଛି। ତେବେ ଏପର୍ଯ୍ୟନ୍ତ ଏହି ଭାଇରାଲ୍ ଭିଡିଓକୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି , ପ୍ରାୟ ୩ ହଜାରରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି ଏବଂ ୧୦ ହଜାରରୁ ଅଧିକ ୟୁଜର ଲାଇକ କରିଛନ୍ତି। ତେବେ ଜ୍ଵଳନ୍ତ ନିଆଁରେ ପିଲାଟି ବସିଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।