ସଂସ୍କାର : ଶାସ୍ତ୍ରରେ ବୃକ୍ଷକୁ ଦେବତା ସହିତ ତୁଳନା କରାଯାଇଛି। ତେଣୁ ଗଛ ଲଗାଇବା ଏକ ମହାନ କାର୍ଯ୍ୟ ବୋଲି ବିବେଚନା କରାଯାଏ। ଯଦି ଆପଣ ଘରେ କୌଣସି ଗଛ ଲଗାଇବା ପାଇଁ ଚାହୁଁଛନ୍ତି ତେବେ କେଉଁ ଗଛ ଲଗାଇବା ଶୁଭ ଓ କେଉଁଟି ଅଶୁଭ ଆପଣ ଜାଣିଛନ୍ତି କି ? ଚିନ୍ତା କରନ୍ତୁନି ଆଜି ଆମେ ଆପଣଙ୍କୁ କେତୋଟି ଶୁଭ ଓ ଅଶୁଭ ଗଛ ବିଷୟରେ ଏଠାରେ ଉଲେଖ୍ୟ କରିଛୁ ଯାହା ଆପଣ ଘରେ ମଧ୍ୟ ଲଗାଇପାରିବେ । ଯଦ୍ୱାରା ଆପଣଙ୍କ ଘରେ ଶୁଭଫଳ ଆସିବ।
୧) ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ତୁଳସୀ ଗଛ ଲଗାଇବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଅନ୍ୟପଟେ ଘରେ ତୁଳସୀ ଗଛ ଲଗାଇଲେ ଘରକୁ ସକାରତ୍ମକ ଶକ୍ତି ପ୍ରବେଶ କରିଥାଏ। ତୁଳସୀ ଗଛ ଘରର ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ।
୨) ବାସ୍ତୁ ଶାସ୍ତ୍ରରେ ଘରେ ମନି ପ୍ଲାଣ୍ଟ ଲଗାଇବା ଶୁଭ ବୋଲି କୁହାଯାଇଛି। ମନି ପ୍ଲାଣ୍ଟ ଦକ୍ଷିଣ ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଏହି ଗଛ ଲଗାଇଲେ ଘରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଆଉ ଘରେ ଟଙ୍କାର ଅଭାବ ହୋଇନଥାଏ।
୩) ହଳଦୀ ଗଛକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ତେଣୁ ଯଦି ଆପଣ ଘରେ ହଳଦୀ ଗଛ ଲଗାଇବେ, ତେବେ ଘରଠାରୁ ନକାରାତ୍ମକ ଶକ୍ତି ସର୍ବଦା ଦୁରେଇ ରହିବ।
୪) ବାସ୍ତୁ ଅନୁସାରେ ଘରେ ଲାଜକୁଳୀ ଲତା ମଧ୍ୟ ଲଗାଇବା ଉଚିତ। ଏହି ଗଛ ଲଗାଇଲେ ଋଣରୁ ମୁକ୍ତି ମିଳିବ ସହ ରୋଗରୁ ମଧ୍ୟ ମୁକ୍ତି ମିଳେ ବୋଲି କୁହାଯାଏ। ଲାଜକୁଳୀ ଲତା ଘରର ମୁଖ୍ୟ ଫାଟକର ବାମପଟେ ଲଗାଇବା ଉଚିତ।
୫) ହିନ୍ଦୁ ଧର୍ମରେ ଅଶ୍ୱଥ ଗଛକୁ ପୂଜା କରାଯାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଶ୍ୱଥ ଗଛ ଲଗାଇବା ଉଚିତ ନୁହେଁ। ଘରେ ଅଶ୍ୱଥ ଗଛ ଥିଲେ ଅଶୁଭ ବୋଲି କୁହାଯାଏ। ଘରେ ଅଶ୍ୱଥ ଗଛ ଥିଲେ ଧନ ହାନି ହୋଇଥାଏ ଓ ଅଯଥା ଖର୍ଚ୍ଚ ହୁଏ ବୋଲି କୁହାଯାଏ। କିଛି ଲୋକ ଘରେ, ଅଫିସରେ କଣ୍ଟାଯୁକ୍ତ, କାକଟସ ପ୍ରଜାତିର ଗଛ ଲଗେଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଏହିଭଳି ଗଛ ଲଗାଇବା ଉଚିତ ନୁହେଁ। ଘରେ ଏସବୁ ଗଛ ଲଗାଇଲେ ଧନ ହାନି ହେବାର ସମ୍ଭାବନା ରହିଥାଏ। ତାଛଡା ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ର କହୁଛି।