ମହଙ୍ଗା ପଡ଼ିଲା ଫେସବୁକ୍‌‌ ପ୍ରେମ,ବନ୍ଧା ହେଇଗଲେ ନିଜେ ପୋଲିସ ବାବୁ : ପଢନ୍ତୁ ପୁରା କାହାଣୀ

ସୋସିଆଲ ମିଡ଼ିଆରେ ଭରଚୁଆଲ ପ୍ରେମକୁ ନେଇ ପୂର୍ବରୁ ଅନେକ କାହାଣୀ ରହିଛି, ହେଲେ ଏଥର କାହାଣୀରେ ଟ୍ଵିଷ୍ଟ । ଜଣେ ମହିଳାଙ୍କୁ ଅଶ୍ଳୀଳ ମେସେଜ ଦେବା ଏବଂ ଏକତରଫା ପ୍ରେମକୁ ନେଇ ଅଭିଯୋଗ । ସୂଚନା ଅନୁଯାୟୀ ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏଏସ୍‌ଆଇଙ୍କୁ ମହିଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

କାହାଣୀଟି ଏହିପରି । କଟକର ଜଣେ ମହିଳାଙ୍କ ସହିତ ପୋଲିସ ଏଏସ୍‌ଆଇ ସୁବ୍ରତ ଜ୍ଞାନରଞ୍ଜନଙ୍କ ସାକ୍ଷାତ ହୁଏ ସୋସିଆଲ ମିଡ଼ିଆ ଫେସ୍‌ବୁକ୍‌ରେ । ତା’ପରେ ହୁଏ ଯୋଗାଯୋଗ । ଉଭୟଙ୍କ ମଧ୍ୟରେ ବେଶ୍ କିଛି ଦିନ ସବୁ ଠିକ୍ ଠାକ୍ ଥିଲା । ହେଲେ କ୍ରମେ ମହିଳା ଜଣଙ୍କ ଏଏସ୍‌ଆଇଙ୍କଠାରୁ ଦୂରେଇ ରହିବାକୁ ଲାଗିଲେ । କିନ୍ତୁ ଏଏସ୍‌ଆଇ ପାରିଲେନି ।

ଫଳରେ ଏଏସ୍‌ଆଇ ମହିଳାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାକୁ ଯାଇ ମହିଳାଙ୍କ ପରିବାର ଲୋକଙ୍କୁ ମଧ୍ୟ ଫୋନ କରିଛନ୍ତି । କେବଳ ସେତିକି ନୁହେଁ ସୋସିଆଲ୍‌ ମିଡ଼ିଆରେ ବିଭିନ୍ନ ପ୍ରକାରର ଖରାପ ମେସେଜ୍‌ ମଧ୍ୟ କରିଛନ୍ତି ଯେଉଁ ଜାରଣରୁ ସଂପୃକ୍ତ ଜନୈକା ମହିଳା ଜଣକ ମହିଳା ଥାନାରେ ଏତଲା ଦେଇଥିଲେ । ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ଗତକାଲି ବୁଧବାର ରାତିରେ ଏଏସ୍‌ଆଇ ସୁବ୍ରତଙ୍କୁ ତେଣୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *