IPL ରେ 5 ବ୍ୟାଟ୍ସମ୍ୟାନ୍ ଯିଏ ସ୍ପିନ୍ ବୋଲିଂ ବିପକ୍ଷରେ ମାରିଛନ୍ତି ସର୍ବାଧିକ ଛକା, ଦେଖନ୍ତୁ ତାଲିକା, ଜଣେ ଭାରତୀୟ ସାମିଲ

Top 5 batsmen who hit most sixes against spinners in IPL, only one Indian in the list

ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2021 ର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ। ଦୁନିଆର ଏହି ପ୍ରସିଦ୍ଧ ଲିଗ୍ ରେ ବହୁତ ଚଉକା ଓ ଛକା ର ବର୍ଷା ହେବାର ଦେଖିଥିବେ ଆପଣ ।ତେବେ ଆସନ୍ତୁ ଜାଣିବା ସେହି 4 ଜଣ ବ୍ୟାଟ୍ସମ୍ୟାନ ଙ୍କ ନାମ, ଯେଉଁମାନେ ସ୍ପିନରଙ୍କ ବିପକ୍ଷରେ ଆଇପିଏଲରେ ସର୍ବାଧିକ ଛକା ମାରିଛନ୍ତି।

ୟୁନିଭର୍ସ ବସ୍ କ୍ରିସ୍ ଗେଲ୍

ଆଇପିଏଲରେ ସ୍ପିନ୍ ବୋଲିଂ ବିପକ୍ଷରେ ୟୁନିଭର୍ସ ବସ୍ କ୍ରିସ୍ ଗେଲ୍ ସର୍ବାଧିକ ଛକା ମାରିବାର ରେକର୍ଡ ରଖିଛନ୍ତି। ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଥିବା ଗେଏଲ୍ ଆଇପିଏଲରେ 357 ଛକା ମାରିଛନ୍ତି, ସେଥିମଧ୍ୟରୁ ସେ ସ୍ପିନ୍ ବୋଲରଙ୍କ ବିପକ୍ଷରେ 140 ଟି ଛକା ମାରିଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଖେଳାଳି ଯିଏକି ସ୍ପିନରଙ୍କ ବିପକ୍ଷରେ 100 କିମ୍ବା ତାହା ଠାରୁ ଅଧିକ ଛକା ମାରିଛନ୍ତି।

ଡେଭିଡ ୱାର୍ଣ୍ଣର।

ଆଇପିଏଲ ଇତିହାସରେ ଡେଭିଡ ୱାର୍ଣ୍ଣର ଦ୍ୱିତୀୟ ସଫଳ ବିଦେଶୀ ବ୍ୟାଟ୍ସମ୍ୟାନ୍। ୱାର୍ଣ୍ଣର ଏପର୍ଯ୍ୟନ୍ତ ଆଇପିଏଲରେ 201 ଛକା ମାରିଛନ୍ତି, ସେଥିମଧ୍ୟରୁ ସେ ସ୍ପିନ୍ ବୋଲରଙ୍କ ବିପକ୍ଷରେ 94 ଟି ଛକା ମାରିଛନ୍ତି।

କିରନ୍ ପୋଲାର୍ଡ।

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ଅଲରାଉଣ୍ଡର କିରନ୍ ପୋଲାର୍ଡ ତାଙ୍କ ଆଇପିଏଲ୍ କ୍ୟାରିୟରରେ ମୋଟ 211 ଛକା ମାରିଛନ୍ତି। ଏଥିରେ ସେ ସ୍ପିନ୍ ବୋଲରଙ୍କ ବିପକ୍ଷରେ 89 ଟି ଛକା ମାରିଛନ୍ତି।

ବିରାଟ କୋହଲି।

ଆଇପିଏଲ ଇତିହାସର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ କୋହଲି ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ 205 ଛକା ମାରିଛନ୍ତି, ସେଥିମଧ୍ୟରୁ 89 ଟି ଛକା ସ୍ପିନ ବୋଲରଙ୍କ ବିପକ୍ଷରେ ମାରିଛନ୍ତି।

ସେନ୍ ୱାଟସନ।

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ ୱାଟସନ ତାଙ୍କ ସମଗ୍ର ଆଇପିଏଲ କ୍ୟାରିୟରରେ 190 ଛକା ମାରିଥିଲେ, ସେଥିମଧ୍ୟରୁ 84 ଟି ଛକା ସ୍ପିନ ବୋଲରଙ୍କ ବିପକ୍ଷରେ ମାରିଛନ୍ତି। ୱାଟସନ ଆଇପିଏଲ 2020 ପରେ କ୍ରିକେଟରୁ ଅବସର ନେଇ ସାରିଛନ୍ତି।

ଏହା ମଧ୍ୟ ପଢନ୍ତୁ :- କପିଲ୍ ଦେବ ଙ୍କ ବଡ ବୟାନ, ଚୟନକର୍ତ୍ତା ଙ୍କ ଅଣଦେଖା ଯୋଗୁଁ ଏହି ଅନୁଭବୀ ଖେଳାଳିଙ୍କ ଅଧ୍ୟାୟ ହେବ ସମାପ୍ତ

Leave a Reply

Your email address will not be published. Required fields are marked *