ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ଏହି ୮ଜଣ ସିନେତାରକା ଦାୟୀ : ହେଲା ମାମଲା ରୁଜୁ, ଜୁଲାଇ ୩ ରେ ଶୁଣାଣି

ହିନ୍ଦୀ ସିନେ ଜଗତର ଉଜ୍ଵଳ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ଏକ ଝଡ଼ର ରୂପ ନେଇଛି । ତାଙ୍କ ଆତ୍ମହତ୍ୟା ବିବାଦ ଧୀରେ ଧୀରେ ସଘନ ହେବାରେ ଲାଗିଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ପରେ ବଲିଉଡର କେତେଜଣ ତାରକାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଇଛି । ଏହାଛଡ଼ା ବିହାରର ମୁଜଫରପୁରରେ ସଲମାନ ଖାନଙ୍କ ସମେତ ୮ ଜଣ ଫିଲ୍ମଷ୍ଟାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସୂଚନାନୁଯାୟୀ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଯାଇଥିବା ଅଭିଯୋଗରେ ମୁଜଫରପୁରର ସିଜିଏମ୍ କୋର୍ଟରେ ସଲମାନ ଖାନ, କରନ୍ ଜୋହର, ଏକତା କପୁର, ସଞ୍ଜୟ ଲୀଲା ଭଁସାଲୀ, ଆଦିତ୍ୟ ଚୋପ୍ରା, ସାଜିଦ୍ ନାଡ଼ିୟାଓ୍ବାଲାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବିହାରର ମୁଜଫରପୁରରେ ଏ ମାମଲା ରୁଜୁ କରିଥିବା ବ୍ୟକ୍ତି ଜଣକ ନାମ ହେଲା ସୁଧିର ଓଝା ।

ଆଇ.ପି.ସି. ଧାରା ୩୦୬, ୧୦୯, ୫୦୪ ଓ ୫୦୬ ଅନୁସାରେ ମାମଲା ରୁଜୁ ହୋଇଛି ଏବଂ ଏହି ମାମଲାର ଶୁଣାଣି ଆସନ୍ତା ଜୁଲାଇ ୩ ତାରିଖରେ କୋର୍ଟରେ ହେବ । ସୂଚନାଯୋଗ୍ୟ ଯେ ଗତକାଲି ବୁଧବାର ଦିନ ସୁଶାନ୍ତଙ୍କ ପିତା କେ.କେ. ସିଂ ମୁମ୍ବାଇରୁ ପୁଅର ଅସ୍ଥି ନେଇ ପାଟନାରେ ପହଁଞ୍ଚିଛନ୍ତି । ପରିବାର ଲୋକଙ୍କ କହିବାନୁଯାୟୀ ପାଟନାରେ ଥିବା ଗଙ୍ଗାଘାଟରେ ସୁଶାନ୍ତଙ୍କ ଅସ୍ଥି ବିସର୍ଜିତ ହେବ ।

Leave a Reply

Your email address will not be published. Required fields are marked *