ସଂସ୍କାର : ଶାଳୀ ଆଉ ଭିଣେଇ ମଧ୍ୟରେ ଥିଲା ପାପ ସମ୍ପର୍କ। ଆଉ ଏହି ସମ୍ପର୍କ ପ୍ରଥମେ ସୃଷ୍ଟି କରିଥିଲା ଶାଳୀ। ତେବେ ସାନ ଭଉଣୀର ଏହି କାରନାମାକୁ ଜାଣିଦେଇଥିଲା ବଡ଼ ଭଉଣୀ। ଆଉ ସାନ ଭଉଣୀକୁ ମରଣାନ୍ତକ ଆକ୍ରମଣ କଲା ବଡ଼ ଭଉଣୀ। ଏଭଳି ଏକ ମାମଲାର ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟପକ୍ଷରେ ସାଧାରଣ ଲୋକେ ମଧ୍ୟ ଏହି ଭାଇରାଲ୍ ହେଉଥିବା ଭିଡ଼ିଓ ଉପରେ ନିଜର ନାନା ପ୍ରକାରର ମନ୍ତବ୍ୟ ରଖୁଛନ୍ତି।
ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ। ସ୍ୱାମୀ କିମ୍ବା ସ୍ତ୍ରୀ ଦୁହେଁ ନିଜ ସାଥୀକୁ ଅନ୍ୟ କାହା ସହିତ ଦେଖିଲେ ସହ୍ୟ କରି ପାରନ୍ତି ନାହିଁ। ନିଜର ନିୟନ୍ତ୍ରଣ ହରାନ୍ତି ସେମାନେ। ଯଦି ସେ ନିଜ ସାଥୀକୁ ଅନ୍ୟ କାହା ସହିତ ଦେଖନ୍ତି, ତେବେ ସେ କ୍ରୋଧରେ ଜଳି ଯାଇଥାନ୍ତି। ତେବେ ଆଜିକାଲି ଟୁଇଟରରେ ଏହି ମାମଲା ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ନିଜ ଭଉଣୀକୁ ଏତେ ଖରାପ ଭାବରେ ପିଟୁଛନ୍ତି ଯେ, ମହିଳାଙ୍କର ଭଉଣୀଙ୍କ ଅବସ୍ଥା ଖରାପ ହୋଇଯାଇଛି। ମହିଳା ଜଣକ ତାଙ୍କ ଭଉଣୀ ଉପରେ ଏତେ ରାଗିଗଲେ ଯେ ସେ ତାଙ୍କ ଭଉଣୀର ଚାକିରି ସାକ୍ଷାତକାର ସମୟରେ ସେଠାରେ ପହଞ୍ଚି ବହୁତ ହଙ୍ଗାମା ସୃଷ୍ଟି କରି ଭଉଣୀକୁ ବାଡେଇ ବାଡେଇ ତାର ଅବସ୍ଥାକୁ ଆହୁରି ଖରାପ କରିଦେଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ଭଉଣୀ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ସେତେବେଳେ ମହିଳା ଜଣକ ରାଗି ଯାଇ ଜବ୍ ସାକ୍ଷାତକାରକୁ ଆସିଥିବା ଭଉଣୀକୁ ସମସ୍ତଙ୍କ ସାମ୍ନାରେ ପିଟିବା ଆରମ୍ଭ କରିଥିଲେ ଏବଂ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।