ସଂସ୍କାର: ଆପଣମାନେ ନିଶ୍ଚିତ ଜାଣିଥିବେ ଯେ, ଗତ ୧୯ ତାରିଖ ଦିନ ଭୁବନେଶ୍ଵରର ବରମୁଣ୍ଡା ଅଞ୍ଚଳରେ ଏକ ୧୫ ବର୍ଷ ର ବାଳକ ଡ୍ରେନ୍ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିଲା। ଆଉ ସେ ବାଳକର ନାମ ଥିଲା ଜ୍ୟୋତିପ୍ରକାଶ। ଜ୍ୟୋତିଙ୍କର ବିୟୋଗରେ ସାରା ଓଡିଶାରେ ଡ୍ରେନ୍ ରାଜନୀତି ସରଗରମ ହୋଇଉଠିଛି। ତେବେ ଜ୍ୟୋତିଙ୍କ ବିୟୋଗରେ ତାଙ୍କ ପରିବାର ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକ ଭରି ରହିଛି।
ସୂଚନା ଥାଉ ଯେ, ଜ୍ୟୋତି ନିଜ ସାଇକେଲ ଉପରେ ବସି ଯାଉଥିବା ସମୟରେ ହଟାତ ସାଇକେଲ ଟି ନାଳ ମଧ୍ୟକୁ ଖସି ଯାଇଥିଲା। ଅନ୍ୟପକ୍ଷରେ ଭାରିମାତ୍ରାରେ ବର୍ଷା ହୋଇଥିବା କାରଣରୁ ନାଳରେ ପାଣି ସୁଅ କାଟୁଥିଲା। ନାଳ ଟି ବହୁତ ଗଭୀର ହୋଇଥିବାରୁ ଏବଂ ବର୍ଷାରେ ପାଣି ର ସ୍ରୋତ ଲାଗିଥିବାରୁ ଜ୍ୟୋତି ନାଳରେ ଭାସିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଏହି ଦୃଶ୍ୟକୁ ଦେଖି ଜ୍ୟୋତିକୁ ବଞ୍ଚାଇବା ନିମନ୍ତେ ଚେଷ୍ଟା କରିଥିଲେ, ମାତ୍ର ଜଳର ସୁଅ ଏଭଳି ଭାବରେ ଥିଲା ଯେ ଜ୍ୟୋତି ନିଜକୁ ବଞ୍ଚାଇ ପାରିଲେ ନାହିଁ।
ଖବର ପାଇ ରେସକ୍ୟୁ ଟିମ ଆସି ପ୍ରାଏ ୧୮ ଘଣ୍ଟା ପରେ ଜ୍ୟୋତିଙ୍କ ଶରୀର ଉଦ୍ଧାର କରିଲେ । ତାଙ୍କ ଘରେ ଜ୍ୟୋତିଙ୍କ ମା’ ବହୁତ ଭାଙ୍ଗି ପଡିଛନ୍ତି । ତାଙ୍କର ହୋସ ବର୍ତ୍ତମାନ ରାହୁନାହିଁ । ଘରର ବଡ ପୁଅ ଥିଲେ ଜ୍ୟୋତି । ମାତ୍ର ୧୫ ବର୍ଷ ବୟସରେ ବିଧାତା ତାଙ୍କୁ ନିଜ ପାଖକୁ ଡାକି ନେଇଗଲେ । ଅନ୍ୟପଟେ ଜ୍ୟୋତିଙ୍କ ସାନ ଭାଇ କିଛି ନ ବୁଝିପାରି ତାଙ୍କ ମା’ ଙ୍କୁ ପଚାରୁଛନ୍ତି ଯେ, ମାମା ଭାଇ କାହିଁ ? ଭାଇ କଣ ପାଇଁ ଟିଉସନ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ ? ସେ କୁଆଡେ ଯାଇଛି ? କାହିଁକି ଆସୁନି ମୋ ଭାଇ ? ଏପରି ଅନେକ ପ୍ରଶ୍ନ ନିଜ ମାମାଙ୍କୁ ପଚାରୁଛି ଜ୍ୟୋତିପ୍ରକାଶଙ୍କର ସାନ ଭାଇ।
ଦେଖନ୍ତୁ VIDEO
ଅନ୍ୟପକ୍ଷରେ ଜ୍ୟୋତିଙ୍କର ସାନ ଭାଇଙ୍କର ସମ୍ପୂର୍ଣ୍ଣ ପାଠ ପଢ଼ାର ଦାୟିତ୍ୱ ଆମ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରଜିତା ଷଡଙ୍ଗୀ ନେବେ ବୋଲି ନିକଟରେ ଜ୍ୟୋତିଙ୍କ ଘରକୁ ଯାଇ ସେ ଏହି ଘୋଷଣା କରିଛନ୍ତି।