ସଂସ୍କାର: ସ୍ୱାମୀ – ସ୍ତ୍ରୀ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। କିନ୍ତୁ ଝଗଡ଼ା ପରେ ଯେଉଁ ପ୍ରକାରର ମନ ମିଶେ ନା ତାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ମନୋବିଜ୍ଞାନୀ ସିଗମଣ୍ଡ ଫ୍ରୟେଡଙ୍କ ଅନୁସାରେ କାମନା ହେଉଛି ମନୁଷ୍ୟ ଜୀବନର ଏକ ମାତ୍ର ଉତ୍ସାହ । କାମନା ବା ସେକ୍ସ ଶକ୍ତି ମନୁଷ୍ୟର ପ୍ରାରମ୍ଭ ଶକ୍ତି ଅଟେ। ଏହି ଶକ୍ତି ମନୁଷ୍ୟ ଶରୀରରେ ଭିନ୍ନ ଭିନ୍ନ ଅଙ୍ଗ ଦ୍ଵାରା ପ୍ରବାହିତ ହୋଇଥାଏ। ଅନ୍ୟପଟେ ଆମେ ଜାଣିଛେ ଯେ, ଆଖି , କାନ, ଜିଭ , ନାକ ଓ ଚର୍ମକୁ ପଞ୍ଚଇନ୍ଦ୍ରିୟ କୁହାଯାଏ । ଏହି ଇନ୍ଦ୍ରିୟ ପଛରେ କାମନାର ମୂଳ ମନ୍ତ୍ର ରହିଛି ଯାହା କାମ ବା ସେକ୍ସ ଅଟେ । ତେବେ ଏହି ଦମ୍ପତିମାନେ ଝଗଡା ପରେ କାହିଁକି ସେକ୍ସ/ରୋମାନ୍ସ କରନ୍ତି।
ଆମ ମନର ନିୟମ ଅନୁଯାୟୀ, ମନୁଷ୍ୟର ମନ କେବେବି ସ୍ଥିର ନଥାଏ। ଏହା ସବୁବେଳେ ଭିନ୍ନ ଭିନ୍ନ ଦିଗରେ ଗତି କରିଥାଏ। ତେଣୁ ମନୁଷ୍ୟର ସ୍ଵଭାବ ଗୋଟିଏ ଦିନ ରେ ଭିନ୍ନ ଭିନ୍ନ ଥାଏ। ମନୁଷ୍ୟର ପ୍ରେମ ଆଉ ଘୃଣା ଗୋଟିଏ ଲୋକଙ୍କୁ ସମାନ ସମାନ କରେ । କାରଣ ମନୁଷ୍ୟର ଶକ୍ତି ଗୋଟିଏ ହିଁ ଅଟେ। ସମାନ ଶକ୍ତି ଆମ ବିଚାର ଆଉ ବୁଝାମଣା ପାଇଁ ଆମକୁ ଅଲଗା ଅନୁଭବ ହୁଅନ୍ତି। ତେଣୁ କାମ ଶକ୍ତି ଏକ ଅଟେ। ଶକ୍ତି ଏକ ପ୍ରବାହ ଯାହା କେବେ ଅଟକେ ନାହିଁ । ଏଣୁ ଏହାକୁ ଆପଣ ପ୍ରେମରେ ନେବେ ନା କେବଳ କ୍ରୋଧ ରେ ଆପଣଙ୍କ ଉପରେ ନିର୍ଭର କରେ। ଏବେ ଗୁରୁତ୍ଵପୂର୍ଣ୍ଣ କଥା , ଝଗଡ଼ା ଲାଗେ କାହିଁକି ? ଝଗଡ଼ା ପରେ ହୁଏ କଣ ?
ଝଗଡ଼ା ଲାଗିବା ସମୟରେ ମନର ଦାବି ବାହାରକୁ ଆସି ଅନ୍ୟ ସମ୍ମୁଖରେ ପ୍ରକାଶ କରେ। ଏହି ଭାବନା ବାହାରକୁ ଆସିବା ଫଳରେ ମନକୁ ହାଲକା ଲାଗେ । ଝଗଡ଼ା ସମୟରେ କାନ୍ଦିଲେ ମନ ଆହୁରି ହାଲୁକା ଲାଗେ। ନାରୀ ଆଉ ପୁରୁଷ ନିଜ ମନରେ ବହୁତ୍ କିଛି କ୍ରୋଧ ରଖିଥାନ୍ତି , ଆଉ ଚେଷ୍ଟା କରନ୍ତି ନିଜକୁ ଅଟକାଇବାକୁ। ହେଲେ ଝଗଡ଼ା ସମୟରେ ଯେବେ କ୍ରୋଧ ବାହାରେ ସେତେବେଳେ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଉଭୟ ନାରୀ ଆଉ ପୁରୁଷ। ତେଣୁ ନାରୀ , ପୁରୁଷକୁ କିମ୍ବା ପୁରୁଷ ନାରୀକୁ କଟୁ କଥା କହିବା ସହିତ ବେଳେ ବେଳେ ପୀଟାପିଟି ମଧ୍ୟ କରିଥାଏ । ଯାହା ସମୟକ୍ରମେ ଅଧିକ ହୁଏ। ତେବେ ଏହି ସବୁ କାମ କରି ସାରିବା ପରେ ମନର ଚାପି ହୋଇ ରହିଥିବା ବିଷ ଲୁହରେ ବାହାରିଥାଏ। ମନ ପୁଣି ପ୍ରେମକୁ ହୃଦୟରେ ସ୍ଥାନ ଦିଏ ।
ଏଣୁ ଅଧିକାଂଶ ପ୍ରେମିକ , ଦମ୍ପତି ଝଗଡ଼ା ପରେ ପରସ୍ପରର ଭୁଲ୍ ବୁଝି କ୍ଷମା ପ୍ରାର୍ଥନା କରନ୍ତି । ଆଉ ଏହାର ପରବର୍ତ୍ତୀ ସୋପାନ ହେଉଛି ଶାରୀରିକ ମିଳନ ବା ସମ୍ଭୋଗ । ଯାହା ସ୍ଵାଭାବିକ । ଯାହା ପରେ ସାଥି ପରସ୍ପର ସହ ଆହୁରି ନିବିଡ ଅନୁଭବ କରନ୍ତି। ଝଗଡ଼ା ଲାଗିବା ପରେ ସେକ୍ସ୍ ବହୁତ୍ ଷ୍ଟ୍ରଙ୍ଗ ଥାଏ ବା ଗଭୀର ଥାଏ । ଏହାର ମୂଳ କାରଣ ଏହି ମୁହୂର୍ତ୍ତ , ଯେଉଁଥିରେ ଆମେ ମନ, ହୃଦୟ ସ୍ତରରେ ହାଲୁକା ଅନୁଭବ କରିଥାଉ, ଆଉ ଆମ ଆଖିରେ ଆମ ସାଥି କୁ ନୂଆ ରୂପରେ ଦେଖୁ। ଆଉ ସାଥି ଶରୀର ସହ ଆମେ ମନକୁ ବି ପ୍ରେମ କରିପାରିବା ଯାହା ଏକ ଦିବ୍ୟ ଅନୁଭବ ଅଟେ ।