ସଂସ୍କାର: ବନ୍ୟ ହିଂସ୍ର ଜନ୍ତୁ ସହିତ ଲଢ଼ିବା ସହଜ କାମ ନୁହେଁ। ଆଉ ସେଥିରେ ଯଦି ବାଘ କିମ୍ବା ଚିତାବାଘ ଆପଣଙ୍କ ସମ୍ମୁଖରେ ହାଜାର ହେବ , ତେବେ ତ ତାହା ସମ୍ମୁଖରୁ ଫେରିବା ଏକ ଭାଗ୍ୟବାନ କଥା। ତେବେ ନିକଟରେ ଏଭଳି ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେନି ଯେ, ଜଣେ ୫୫ ବର୍ଷୀୟ ବୟସ୍କା ମହିଳା କିପରି ଗୋଟିଏ ଚିତବାଘର ସାମ୍ନା କରୁଛନ୍ତି। ଆଉ ଚିତାବାଘର ଦୃଢ଼ତାର ସହିତ ସାମ୍ନା କରି ସେ, ବଞ୍ଚି ଯାଉଛନ୍ତି।
ମୁମ୍ବାଇର ଆରେ କଲୋନୀରେ ଜଣେ ୫୫ ବର୍ଷୀୟ ବୟସ୍କା ମହିଳା ନିଜ ବାଡିରେ ଚିତାବାଘ ସହିତ ଲଢୁଥିବାର ନଜର ଆସିଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଚିତାବାଘ ବୃଦ୍ଧ ମହିଳାଙ୍କ ଘର ବାହାରେ ଉପସ୍ଥିତ ଥିଲା। ଅନ୍ୟପଟେ ୫୫ ବର୍ଷିୟ ନିର୍ମଳା ଦେବୀ ସିଂ ଆସି ତାଙ୍କ ବାରଣ୍ଡାର ବସିବା ମାତ୍ରେ ଚିତାବାଘଟି ତାଙ୍କୁ ପଛରୁ ଆକ୍ରମଣ କରିଥିଲା। ଚିତାବାଘ ଆକ୍ରମଣରେ ଭୟଭୀତ ହୋଇ ନିର୍ମଳା ଦେବୀ ପ୍ରଥମେ ପଛକୁ ପଡିଗଲେ। ଆଉ ନିଜକୁ ରକ୍ଷା କରିବା ପାଇଁ ସେ ବାଡ଼ି ସାହାଯ୍ୟରେ ଚିତାବାଘର ମୁହଁକୁ ବାଡାଇଥିଲେ। ଯାହା ପରେ ବାଡି ଆକ୍ରମଣ ହେତୁ ଚିତାବାଘ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।
ତେବେ ୫୫ ବର୍ଷିୟ ନିର୍ମଳା ଦେବୀ ସିଂଙ୍କର ଏପରି ସାହାସିକତାକୁ ଭିଡ଼ିଓ ଦେଖିବା ପରେ ସୋସିଆଲ୍ ମିଡ଼ିଆ ୟୁଜର ମାନେ ତାରିଫ୍ କରିଛନ୍ତି। ଆଉ କହିଛନ୍ତି ଯେ, ମହିଳାମାନେ ଏହିପରି ସାହସୀ ହେବା ଦରକାର।