ଦୀର୍ଘ ସମୟ ଧରି ଯଦି ଦମ୍ପତିମାନେ ଶାରୀରିକ ସମ୍ପର୍କ ନ ରଖିବେ ତେବେ କଣ ହେବ, ଜାଣନ୍ତୁ ଏହାରି ପଛରେ କଣ ରହିଛି ଆଶ୍ଚର୍ଯ୍ୟ କାରଣ

ସଂସ୍କାର: ବର୍ତ୍ତମାନ ଅସ୍ତବ୍ୟସ୍ତ ଜୀବନରେ କୌଣସି ଦମ୍ପତିମାନଙ୍କ ପାଖରେ ସମୟ ନ ଥାଏ ଯେ, ସେମାନେ ଶାରୀରିକ ସମ୍ପର୍କକୁ ସୁଦୃଢ କରିପାରିବେ। ତେଣୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ସେମାନେ ସକ୍ଷମ ହୋଇନଥାନ୍ତି। ଶାରୀରିକ ସମ୍ପର୍କ ନ ରଖିବାରେ ଅନେକ କାରଣ ଥାଇପାରେ, ଯେପରିକି ସାଥୀଠାରୁ ଦୂରରେ ରହିବା, ଯୌନ ଇଚ୍ଛା ଅଭାବ ଇତ୍ୟାଦି। କିନ୍ତୁ କଣ ଆପଣ ଜାଣନ୍ତି କି ଆପଣ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ନ ରଖିବେ ତେବେ ଶରୀର ଉପରେ ଏହାର ପ୍ରଭାବ କ’ଣ ରହିବ ? ଯଦି ଆପଣ ଏ ବିଷୟରେ ଅବଗତ ନୁହଁନ୍ତି, ତେବେ ଏହି ଆର୍ଟିକିଲରେ ଆମେ ଏହି ବିଷୟ ଉପରେ ଉଲେଖ କରିଛୁ। ଶାରୀରିକ ସମ୍ପର୍କ ନ ରଖିବା ଦ୍ୱାରା ଏହାର ପାର୍ଶ୍ୱ ପ୍ରତିକ୍ରିୟା କଣ ରହିଥାଏ ତାହାରି ଉପରେ ଏହି ଆର୍ଟିକାଲରେ ଉଲେଖ୍ୟ କରିଛୁ। ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା।

୧) ଦୁର୍ବଳ ଇମ୍ୟୁନିଟି ସିଷ୍ଟମ :

ଶାରୀରିକ ସମ୍ଭୋଗର ଅଭାବ ଆପଣଙ୍କର ଇମ୍ୟୁନିଟି ପ୍ରଣାଳୀ/ସିଷ୍ଟମକୁ ଦୁର୍ବଳ କରିପାରେ। ଯେଉଁଥିପାଇଁ ଆପଣ ଅନେକ ସଂକ୍ରମଣ ଏବଂ ଫ୍ଲୁ ମାଧ୍ୟମରେ ଶୀଘ୍ର ଅସୁସ୍ଥ ହୋଇପାରନ୍ତି। ଗୋଟିଏ ଅଧ୍ୟୟନରେ ଏହା ଜଣାପଡିଛି ଯେ ଯେଉଁମାନଙ୍କର ନିୟମିତ ଯୌନ ସମ୍ପର୍କ ରଖିଥାନ୍ତି ସେମାନଙ୍କ ଲାଳରେ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଥାଏ।

୨)ମହିଳାମାନଙ୍କର ଯୌନାଙ୍ଗର ଅବନତି :

ଶାରୀରିକ ସମ୍ପର୍କର ଅଭାବ ହେତୁ ମହିଳାଙ୍କ ଯୌନାଙ୍ଗର ସ୍ୱାସ୍ଥ୍ୟ ହ୍ରାସ ପାଇପାରେ। ଏଥିରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇପାରେ ଏବଂ ପରବର୍ତ୍ତୀ ସମୟରେ ମହିଳାଙ୍କର ଯୌନ ଉତ୍ସାହର ହ୍ରାସ ଦେଖାଯାଏ।

୩) ପୁରୁଷଙ୍କ କ୍ଷେତ୍ରର ହୃଦରୋଗ ଦେଖାଯାଏ :

ଆନ୍ନା କ୍ଲେପଚୁକୋଭାଙ୍କ ଅନୁଯାୟୀ, ଯଦି ଆପଣ ପୁରୁଷ ଆଉ ନିୟମିତ ଶାରୀରିକ ସମ୍ପର୍କ ନ ରଖନ୍ତି ତେବେ ଆପଣଙ୍କ ହୃଦୟ ପ୍ରତି ବିପଦ ରହିଛି। ଆପଣ ଭବିଷ୍ୟତରେ ହୃଦଘାତରେ ପୀଡିତ ହେବାର ଆଶଙ୍କା ବଢିପାରେ। ଯୌନ ସମ୍ପର୍କ ଏକ ପ୍ରକାର ବ୍ୟାୟାମ ପରି କାମ କରେ, ଯାହା ଶରୀରରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ସ୍ତରକୁ ସନ୍ତୁଳିତ କରିଥାଏ, ଯାହାଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା କମିଯାଏ |

୪) ପିରିୟାଡସ୍ ସମୟରେ ପ୍ରବଳ ଯନ୍ତ୍ରଣା ହେବା

ଯୌନ ସମ୍ପର୍କର ଅଭାବ ହେତୁ, ଋତୁସ୍ରାବରେ ମହିଳାମାନଙ୍କର କ୍ଷେତ୍ରରେ ଅଧିକ ସମସ୍ୟା ଦେଖାଯାଇଥାଏ। ଯଦି ଆପଣ ଶାରୀରିକ ସମ୍ପର୍କ ନ ରଖନ୍ତି ତେବେ ପିରିୟାଡ୍ସ ସମୟରେ ଯୌନାଙ୍ଗ ଓ ପେଟ କାମୁଡି ହେଲା ପରି ଅନୁଭବ ହେବ।

Leave a Reply

Your email address will not be published. Required fields are marked *