ସଂସ୍କାର : ହରିଜନ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଦୋଷୀକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କାରାଦଣ୍ଡାଦେଶ ଶୁଣାଇଛନ୍ତି।ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ଦୁଷ୍କର୍ମ ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରି ଦୋଷୀକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଦୋଷୀକୁ ୬ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ନଦେଲେ ଆହୁରି ୪ମାସ ଜେଲ ଦଣ୍ଡ ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଅନୁଯାୟୀ, କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୧୯ ମସିହା ମାର୍ଚ୍ଚ ୧ ତାରିଖରେ ଅଭିଯୁକ୍ତ ଅନିଲ ହରିଜନ ଦୁଷ୍କର୍ମ କରିଥିଲା।ଏନେଇ ବିଶ୍ବନାଥପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ ପୂର୍ବତନ ଥାନାଧିକାରୀ ଶ୍ରୀନିବାସ ସେଠୀ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ଅନିଲକୁ କୋର୍ଟଚାଲାଣ କରିଥିଲେ।
ତେବେ ଗୁରୁବାର ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ ଯଦୁମଣି ମିଶ୍ର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଘଟଣା ବାବଦରେ ବିଚାର କରି ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟପଟେ ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ ମିଶ୍ର ପରିଚାଳନା କରୁଥିଲେ।