ଦୁନିଆର ଏକମାତ୍ର କ୍ରିକେଟର ଯାହାକୁ ଦିଆଯାଇଛି ଫାସି ଦଣ୍ଡ, ଫାସି ମିଳିବାର କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

only cricketer in the world who has been given this penalty

ଲେସ୍ଲୀ ହିଲଟନ ଯିଏ କି ୱେଷ୍ଟଇଣ୍ଡିଜ ଟିମ ପାଇଁ ଟେଷ୍ଟ କ୍ରିକେଟ ଖେଳିସାରିଛନ୍ତି । ଫାଷ୍ଟ ବୋଲର ହିସାବରେ ସେ କ୍ରିକେଟ ଦୁନିଆରେ ବହୁତ ନାମ କମେଇଥିଲେ । ସେ ୱେଷ୍ଟଇଣ୍ଡିଜ ର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଟିମ ପାଇଁ 6ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଯେଉଥିରେ 16ଟି ୱିକେଟ୍‌ ହାସଲ କରିଥିଲେ । ଏବଂ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ 27 ରନରେ 4ଟି ୱିକେଟ୍‌ ଥିଲା । ଫାଷ୍ଟ ବୋଲର ଲେସ୍ଲୀ ହିଲଟନ ନିଜ କ୍ରିକେଟ କ୍ୟାରିୟର ରୁ ଅଧିକା ନିଜ ପର୍ଶନାଲ ଲାଇଫ ପାଇଁ ଚର୍ଚିତ ରହୁଥିଲେ । ତାଙ୍କ ସ୍ତ୍ରୀ ଙ୍କର ନାମ ଲର୍ଲିନ ରୋଜ ଥିଲା ଯିଏ ଜାମାଇକା ର ଜଣେ ପୋଲିସ ଅଧିକାରୀ ଙ୍କ ଝିଅ ଥିଲେ । ଲର୍ଲିନ ଓ ଲେସ୍ଲୀ ହିଲଟନ ଙ୍କର ଗୋଟେ ପୁଅ ମଧ୍ୟ ଥିଲା । ବିବାହର 12 ବର୍ଷ ପରେ ଏହି ଦମ୍ପତି ଙ୍କ ସମ୍ପର୍କ ରେ ଫାଟ ଆସିଗଲା ।

ବିବାଦ ର ମୂଳ କାରଣ ହେଉଛି ହିଲଟନ ଙ୍କ ସ୍ତ୍ରୀ ଙ୍କର ଡ୍ରେସ ମେକିଙ୍ଗ ବିଜନେସ ଥିଲା । ବିଜନେସ ରେ କୌଣସି ତ୍ରୁଟି ନଥିଲା କିନ୍ତୁ ଲର୍ଲିନ ବିଜନେସ କାମରେ ପ୍ରାୟ ନ୍ୟୁୟର୍କ ଯାଉଥିଲେ ଓ କେତେ ସପ୍ତାହ ସେଠାରେ ରହୁଥିଲେ । ହିଲଟନ ଙ୍କୁ ସନ୍ଦେହ ସେତେବେଳେ ହେଲା, ଯେବେ ତାଙ୍କ ସ୍ତ୍ରୀର ଅବୈଧ ସମ୍ବନ୍ଧ ବିଷୟରେ ଜଣା ପଡିଥିଲା ।

ସ୍ତ୍ରୀର ସମ୍ବନ୍ଧ ବିଷୟରେ ମିଳିଥିବା ସୂଚନା ପରେ ଲେସ୍ଲୀ ଲର୍ଲିନ କୁ ଆମେରିକାରୁ ଡକେଇଥିଲେ । କିଛି ସମୟ ପରେ ଲେସ୍ଲୀ ହିଲଟନ ଙ୍କ ଆଗରେ ତାଙ୍କ ସ୍ତ୍ରୀର Brooklyn avenue ରେ ରହୁଥିବା Roy Francis ଙ୍କ ସହ ଅଫେୟାର ର ସତ ସାମ୍ନାକୁ ଆସିଲା । ଯାହାପରେ ସେ ରାଗରେ ନିଜ ସ୍ତ୍ରୀକୁ 7ଟି ଗୁଳି ମାରି ହତ୍ୟା କରି ଦେଇଥିଲେ ।

କୋର୍ଟ ରେ ଶୁଣାଣି ସମୟରେ ହିଲଟନ ନିଜ ସପକ୍ଷରେ କହିଲେ କି ସେ ନିଜକୁ ଗୁଳି ମାରିବା ପାଇଁ ଚାହୁଁଥିଲେ କିନ୍ତୁ ଭୁଲରେ ଗୁଳି ସ୍ତ୍ରୀକୁ ବାଜିଗଲା । କୋର୍ଟ ତାଙ୍କର ଦଲୀଲ କୁ ବରଖାସ୍ତ କରି 20 ଅକ୍ଟୋବର 1954ରେ ଲର୍ଲିନ ଙ୍କ ହତ୍ୟାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଓ 17 ମଇ 1955ରେ ତାଙ୍କୁ ଫାସୀ ଦଣ୍ଡ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *