ILP ସହିତ ଦେଶ ଓ ବିଦେଶର ବିଭିନ୍ନ t 20 ଲିଗ ରେ ଖେଳାଳି ମାନେ ବହୁତ ଭଲ ରେକର୍ଡ କରିଛନ୍ତି ଯାହାକୁ ଭାଙ୍ଗିବା ବହୁତ କଷ୍ଟ । ଏମିତିକି କ୍ରିସ ଗେଲ 2013 ମସିହାରେ ରୟାଲ ଚାଲେଞ୍ଜ ବାଙ୍ଗଲୋର ତରଫରୁ ଖେଳି ମାତ୍ର 30 ବଲ ରେ ସତକ ହାସଲ କରି ଏହି ରେକର୍ଡ କୁ ନିଜ ନାମରେ କରିଛନ୍ତି କରିଥିଲେ ।
ଟି20 କଥା ଆସିଲେ ଭାରତ ର ରୋହିତ ଶର୍ମା ଓ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ,ଏବି ଡ଼ିଭିଲର୍ସ ଙ୍କ ଭଳି ଭୟଙ୍କର ଖେଳାଳିଙ୍କୁ ମଧ୍ୟ ମନେ ପଡେ । କିନ୍ତୁ ଭାରତର ଋଷଭ ପନ୍ତ 2018 ରେ ମୁସ୍ତାକ ଅଲ୍ଲୀ ଟି 20 ଟ୍ରଫି ରେ 32 ଟି ବଲ ରେ 100 କରି ଭାରତର ଏକମାତ୍ର ବେଟ୍ସମ୍ୟାନ ଭାବରେ ଏହି କୀର୍ତ୍ତିମାନ କୁ ନିଜ ନାମରେ କରିଥିଲେ ।
ଦିଲ୍ଲୀ ଓ ହିମାଞ୍ଚଳ ମଧ୍ୟରେ ମୁସ୍ତାକ ଅଲ୍ଲୀ ଟି 20 ଦିଲ୍ଲୀ କୁ 20 ଓଭର ରେ 145 ଦରକାର ଥିଲା ଜିତିବାପାଇଁ । ଏହାର ପିଛା କରୁଥିବା ଓପେନର ଖେଳାଳି ଗୌତମ ଗମ୍ଭୀର ଓ ଋଷଭ ପନ୍ତ 11.4 ଓଭର ରେ 148 ରନ କରି 10 ଵିକେଟରେ ମ୍ୟାଚ୍କୁ ଜିତିନେଇଥିଲେ । ଋଷଭ ପନ୍ତ 38 ବଲରେ 116 ରନ 12 ଟି ଛକ୍କା ସହ 7 ଟି ଚୌକା ମାରି ଥିଲେ , ଓ ଗଂଭୀର 33 ବଲ ରେ 30 ରନ କରିଥିଲେ।