ଦିଲ୍ଲୀ ଵିପକ୍ଷେରେ ଧୋନିଙ୍କ ଇନିଂସ କୁ ନେଇ କୋଚ୍ ଫ୍ଲେମିଙ୍ଗଙ୍କ ବଡ ବୟାନ କହିଲେ ଆମେ ସମସ୍ତେ ତାଙ୍କ ଆଖିରେ…

Stephen Fleming's statement about Dhoni's innings in the qualifier

IPL 2021 : ମ୍ୟାଚ୍ ପରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି ଯେ ଆଇପିଏଲ୍ 2021 ର ଫାଇନାଲରେ ରହିବା ତାଙ୍କ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ସେ କହିଛନ୍ତି ଯେ ଆମେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଖିରେ ସେହି ପୁରୁଣା ଫିନିସର ର ଏକ ଝଲକ ଦେଖିଥିଲୁ ଯେତେବେଳେ ଦିଲ୍ଲୀ ବିପକ୍ଷରେ ଜିତିବା ପାଇଁ ଆମ ଦଳକୁ ମାତ୍ର 11 ବଲରୁ 24 ରନ୍ ଆବଶ୍ୟକ ଥିଲା ଏବଂ ସେ ବ୍ୟାଟିଂ କରିବାକୁ ପଡ଼ିଆକୁ ଯାଇଥିଲେ, ସେହି ମୁହୁର୍ତ୍ୱ୍ୱ ଅତନ୍ତ୍ୟ ଭାବ ପ୍ରବଣ ଥିଲା।

ତିନିଥର ଆଇପିଏଲ୍ ବିଜେତାଙ୍କୁ ନବମ ଥର ଫାଇନାଲକୁ ନେବା ପାଇଁ ଧୋନି ମାତ୍ର 6 ଟି ବଲରୁ ଅପରାଜିତ 18 ରନ୍ କରିଥିଲେ। ଫ୍ଲେମିଙ୍ଗ କହିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା, ପୁଣି ଥରେ ସେ ଦଳକୁ ଏକ କଷ୍ଟଦାୟକ ସମୟରୁ ଟାଣି ନେଇ ଆମକୁ ଏକ ଚମତ୍କାର ବିଜୟ ଦେଇଥିଲେ । ଡ୍ରେସିଂ ରୁମରେ ମଧ୍ୟ ଏକ ଭାବପ୍ରବଣ ପରିବେଶ ରହିଥିଲା ​​ଏବଂ ଅଧିନାୟକ ଦଳକୁ ଫାଇନାଲକୁ ନେବାକୁ ସୁଯୋଗ ପାଇଥିଲେ ଏବଂ ସେ ଏହା କରିବାରେ ସକ୍ଷମ ହୋଇ ଥିଲେ।

ଫ୍ଲେମିଙ୍ଗ ମଧ୍ୟ ରବିନ୍ ଉଥାପ୍ପାଙ୍କୁ ପ୍ରଶଂସା କରିଥିଲେ, ଯିଏ 44 ବଲରେ 63 ରନ୍ ସଂଗ୍ରହ କରି 173 ରନ ର ପିଚା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଫ୍ଲେମିଂ କହିଛନ୍ତି, ଆମେ ଗର୍ବିତ ଯେ କେହି ବି ଜଣେ ଖେଳାଳି ଆମ ପାଇଁ ମ୍ୟାଚ୍ ଜିତିବା ଭଳି ସବୁବେଳେ ପ୍ରଦର୍ଶନ ଜାରି ରଖୁଛନ୍ତି ଏବଂ ବର୍ତ୍ତମାନ ଉଥାପ୍ପା ଏହା କରିଛନ୍ତି। ସେ ଦୀର୍ଘ ସମୟ ଧରି ଦଳରେ ସୁଯୋଗ ପାଇନଥିଲେ। ସେ କଠିନ ପରିଶ୍ରମ କରୁଥିଲେ ଏବଂ ସେ ସୁଯୋଗକୁ ଅପେକ୍ଷା କରିଥିଲେ। ମ୍ୟାଚ୍ ସମୟରେ ସେ ପ୍ରଥମ ବଲରୁ ନିଜର ଜୋସ ଦେଖାଇ ଥିଲେ ଏବଂ ଗାଇକୱାଡଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଦଳ ଫାଇନାଲରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *