ସଂସ୍କାର : ଆମେରିକାର ଫ୍ଲୋରିଡାଠାରେ ପୋଲିସ ଜଣେ ଗର୍ଭବତୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ଗିରଫ ହେବାର କାରଣ ଲୋକଲୋଚନକୁ ଆସିବା ପରେ ଲୋକମାନେ ଏହି ଶିକ୍ଷୟିତ୍ରୀଙ୍କ ଉପରେ ଅତ୍ୟଧିକ କ୍ରୋଧାନ୍ବିତ ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣକ ତାଙ୍କ ନାବାଳକ ଛାତ୍ରଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଶିକ୍ଷୟିତ୍ରୀ ଜଣକ ଏହି ଶାରୀରିକ ସମ୍ପର୍କ ପରେ ଗର୍ଭବତୀ ହୋଇଯାଇଥିଲେ।
ଅନ୍ତର୍ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ୪୧ ବର୍ଷିୟ ଶିକ୍ଷୟିତ୍ରୀଙ୍କ ନାମ ହ୍ୟାରି କ୍ଲାଭି। ହେରି ଜଣେ ୧୫ ବର୍ଷର ଛାତ୍ର ସହିତ ପ୍ରେମ ସମ୍ପର୍କ ରଖିଲେ, ପରେ ତା ସହିତ ଶାରୀରିକ ସମ୍ପର୍କ ରଖି ଛାତ୍ରର ଛୁଆର ମାଆ ହେଲେ।
ଯାହାକି ପୋଲିସ୍ ନିକଟରେ ଅଭିଯୋଗ ହୋଇଛି। ତେବେ ବର୍ତ୍ତମାନ ସେ ତାଙ୍କ ଛାତ୍ର ସନ୍ତାନର ମା ହେବାକୁ ଯାଉଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଶିକ୍ଷୟିତ୍ରୀ ଜଣକ ୮ ମାସର ଗର୍ଭବତୀ ହୋଇଛନ୍ତି। ତେବେ ପୋଲିସ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା କରୁଛି।