ଗୁଳି ମାଡ଼କୁ ରୋକି ଦେଲା ମୋବାଇଲ ଫୋନ ; ସ୍କ୍ରିନ୍‌ ରକ୍ଷା କରିଦେଲା ବ୍ୟକ୍ତିଙ୍କ ଜୀବନ, ଜାଣନ୍ତୁ କେମିତି…

ସଂସ୍କାର : ଆଜିକାଲି ସ୍ମାର୍ଟ ମୋବାଇଲ ଫୋନ ଯୋଗୁଁ ଅନେକ କାର୍ଯ୍ୟ ଆମର ସହଜ ହୋଇଯାଏ। ସେ ଅଫିସ୍ କାର୍ଯ୍ୟ ହେଉ ଅବା ପିଲାଙ୍କ ପାଠପଢା। ସବୁ କାର୍ଯ୍ୟ ବର୍ତ୍ତମାନ ଆମର ହାତପାନ୍ତରେ ହୋଇଯାଉଛି। କିନ୍ତୁ ଗୋଟିଏ ମୋବାଇଲ୍ ଫୋନ କେବେ ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇବା କଥା ଶୁଣିଛନ୍ତି କି ? ହଁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ବ୍ରାଜିଲରୁ।

ବ୍ରାଜିଲ୍‌ରେ ଏମିତି ଏକ ଘଟଣା ସାମନାକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତିଙ୍କୁ ଲୁଟେରା ଗୁଳି କରିଥିଲେ । ହେଲେ ଗୁଳି ତାଙ୍କ ଶରୀରରେ ନବାଜି ସିଧା ପକେଟ ଥିବା ମୋବାଇଲ୍‌ରେ ବାଜି ଥିଲା ଏବଂ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣା ସଂପର୍କିତ ମୋବାଇଲ୍‌ର ଫଟୋ ମଧ୍ୟ ସାମନାକୁ ଆସିଛି , ଯେଉଁଥିରେ ଦେଖିବାକୁ ମିଳୁଛି କି କେମିତି ମୋବାଇଲ୍‌ ର ସ୍କ୍ରିନ୍‌ ସେହି ବ୍ୟକ୍ତିଙ୍କର ଜୀବନ ବଞ୍ଚାଇଲା।

ସୂଚନାଯୋଗ୍ୟ ଯେ, ଏହି ଘଟଣା ବ୍ରାଜିଲର ପେଟ୍ରୋଲିନାର। ଡେଲି ମେଲ୍‌ର ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଲୁଟେରାମାନେ ଗୁଳି ମାରି ଦେଇଥିଲେ। ଅନ୍ୟପଟେ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଲୁଟେରା। ତେବେ ଗୁଳି ମାଡ଼ ଖାଇଥିବା ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲକୁ ନେଇଥିଲା ପୋଲିସ୍। ଯେଉଁଠାରେ ଡାକ୍ତରମାନେ ଜାଣିବାକୁ ପାଇଲେ କି ପୀଡ଼ିତଙ୍କ ଜଙ୍ଘରେ ଅଳ୍ପ ଆଘାତ ଲାଗିଛି। ଆଉ ଛାତି ଉପରକୁ ଲକ୍ଷ୍ୟ କରାଯାଇଥିବା ଗୁଳିଟି ମୋବାଇଲର ସ୍କ୍ରିନରେ ବାଜିଛି। ଏହା ଜାଣିବା ପରେ ପୋଲିସ୍ ସମେତ ଅନେକ ଲୋକ ଚକିତ ହୋଇ ଯାଇଥିଲେ କି ଗୁଳି ବ୍ୟକ୍ତିଙ୍କ ଶରୀରରେ ବାଜି ନଥିଲା।

ରିପୋର୍ଟ ମୁତାବିକ , ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସମସ୍ତଙ୍କୁ ଏହା ଲାଗିଲା କି ତାଙ୍କ ଶରୀରରେ ଗୁଳି ବାଜିଛି । ହେଲେ ଏମିତି ହୋଇନଥିଲା। ବ୍ୟକ୍ତିଙ୍କ ମୋବାଇଲ ଫୋନ୍‌ ଢ଼ାଲ ଭଳି କାମ କରିଥିଲା। ଆଉ ବୁଲେଟ୍‌କୁ ରୋକି ଦେଇଥିଲା । କୁହାଯାଉଛି , ଯେବେ ଗୁଳି କରାଯାଇ ଥିଲା ତ ତାହା ସିଧା ଯାଇ ମୋବାଇଲ ସ୍କ୍ରିନ୍‌ରେ ଲାଗିଥିଲା ଏବଂ ସେଠାରୁ ଗୁଳି ଟି ଛିଟିକି ଯାଇଥିଲା । ଏହି କାରଣକୁ ଗୁଳି ତାଙ୍କ ଦେହରେ ବାଜି ନଥିଲା ଓ ସେ ଏକ ନୂତନ ଜୀବନ ପାଇଛନ୍ତି।ଅନ୍ୟପଟେ ଯେଉଁ ହସ୍ପିଟାଲରେ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇ ଥିଲା, ସେଠାକାର ଡାକ୍ତର ତାଙ୍କ ମୋବାଇର ଫଟୋ ଓ ଘଟଣାର ସତ୍ୟାସତ୍ୟ ସୂଚନା ଟ୍ୱିଟରରେ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *