ସଂସ୍କାର : ଆଜିକାଲି ମୋବାଇଲ ଯୋଗୁଁ ଅନେକ ଭଲ ମନ୍ଦ ଘଟଣାର ଭିଡ଼ିଓ ଲୋକ ଲୋଚନକୁ ଆସିପାରୁଛି।ମୋବାଇଲ ଏବଂ ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହାକି ଆମକୁ ଭାବିବା ପାଇଁ ମଜବୁର କରିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ। ସୋସିଆଲ ମିଡିଆରେ ଏଭଳି ଭୁଲ ହୋଇଯାଇଥାଏ ଯାହାକି ପରେ ବେଶ ଭାଇରାଲ ହୋଇଥାଏ କିନ୍ତୁ ଭାବିଲା ବେଳକୁ ସବୁକିଛି ଶେଷ ହୋଇଯାଇଥାଏ ।
ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି, ଯାହାକି ବର୍ତ୍ତମାନ ଛୋଟ ପିଲାଙ୍କର ମୋବାଇଲ ବ୍ୟବହାରକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଭାଇରାଲ୍ ହେଉଥିବା ଭିଡ଼ିଓ ଅନୁଯାୟୀ, ଜଣେ ମହିଳା ବାଥ୍ ରୁମ୍ରେ ଗାଧୋଉଥିବା ବେଳେ ତାଙ୍କର ଛୋଟ ଝିଅ ଏଭଳି ହରକତ୍ କରିଦେଇଛି ଯାହା ଫଳରେ ମହିଳାଜଣଙ୍କୁ ଲଜ୍ଜିତ ହେବାକୁ ପଡିଛି । ମହିଳାଜଣକ ଗାଧୋଉଥିବା ବେଳେ ତାଙ୍କ ଝିଅ ତାଙ୍କର ମୋବାଇଲ ନେଇ ସୋସିଆଲ୍ ମିଡିଆ ସାଇଟ ଇନଷ୍ଟାଗ୍ରାମ୍ ରେ ଲାଇଭ୍ କରିଦେଇଥିଲା । କିନ୍ତୁ ଏ ବାବଦରେ ମହିଳାଙ୍କୁ ଆଦୌ ସୁରାକ୍ ମିଳିନଥିଲା । ସେ ଗାଧୋଇସାରିବା ପରେ ବାହାରକୁ ଆସି ଇନଷ୍ଟାଗ୍ରାମ ଦେଖିବା ପରେ ତାଜୁବ ହୋଇଯାଇଥିଲେ। ସେତେବେଳେକୁ ସୋସିଆଲ ମିଡିଆରେ ସେ ଗାଧୋଉଥିବାର ଭିଡିଓ ଅପ୍ଲୋଡ୍ ହୋଇ ସାରିଥିଲା।
ଏହି ଘଟଣା ଆମେରିକାର ଏକ ସହରରେ ଘଟିଛି । ଏଭଳି ଲଜ୍ଜାଜନକ ଘଟଣା ଘଟିବା ପରେ ମହିଳାଜଣକ ସୋସିଆଲ ମିଡିଆରେ ଲାଇଭ୍ ଆସି ସମସ୍ତ ଘଟଣା ବାବଦରେ ଲୋକମାନଙ୍କୁ ଅବଗତ କରାଇଥିଲେ । ମହିଳାଙ୍କ କହିବା କଥା ଯେ, ‘ବାଥ୍ ରୁମ୍ରେ ଗାଧୋଉଥିବା ବେଳେ ତାଙ୍କ ଝିଅ ଯେ କି ମାତ୍ର ୬ ବର୍ଷର, ମୋବାଇଲ ଧରି ଖେଳୁଥିଲେ । କିନ୍ତୁ ଆଦୌ ଜଣାନଥିଲା ଯେ, ସେ ବାଥ୍ରୁମ୍ ନିକଟକୁ ଆସି ଲାଇଭ୍ କରିବ ବୋଲି। ଇନଷ୍ଟାଗ୍ରାମ ପେଜ୍ ଖୋଲି ଲାଇଭ୍ କରିଦେଇଥିଲା ଝିଅ । ସେ ପର୍ଯ୍ୟନ୍ତ ଜଣାପଡିନଥିଲା ଯେ, ସୋସିଆଲ ମିଡିଆରେ ତାଙ୍କର ଗାଧୋଇବା ସମୟର ଭିଡିଓ ଲାଇଭ ହୋଇସାରିଛି ବୋଲି । ଗାଧୋଇ ଆସିବା ପରେ ମୋବାଇଲ ଚେକ୍ କରିବା ମାତ୍ରେ ଯାହା ଦେଖିଲି ତାଜୁବ ହୋଇଯାଇଥିଲି ।’
ସେ କହିବା କଥା ଯେ, ଗାଧୋଇ ଆସିବା ପରେ ମଧ୍ୟ ଇନଷ୍ଟାଗ୍ରାମରେ ଲାଇଭ ଚାଲିଥିଲା । ମୋବାଇଲର ଓ୍ବିଣ୍ଡୋ ଦେଖିବା ପରେ ସେ ଦେଖିଥିଲେ ଯେ ଇନଷ୍ଟାଗ୍ରାମରେ ଲାଇଭ ଚାଲିଛି । ଏହା ଦେଖି ସେ ହଡବଡେଇ ଯାଇଥିଲେ ଏବଂ ତୁରନ୍ତ ଲାଇଭ ବନ୍ଦ କରିଥିଲେ । ପରେ ନୋଟିଫିକେସନ ଦେଖି ଭିଡିଓଟିକୁ ମଧ୍ୟ ହଟାଇଥିଲେ । ଭିଡିଓଟି କେତେ ସମୟ ଯାଏଁ ଚାଲିଥିଲା ତାହା ଜଣାପଡିନାହିଁ । ତେବେ ଏହି ଘଟଣା ପରେ ସାଧାରଣରେ ପ୍ରଶ୍ନ ଉଠୁଛି ଏହା ଯେ, ଛୋଟ ପିଲାଙ୍କୁ ମୋବାଇଲ ବ୍ୟବହାର କରିବା ପାଇଁ ଦେବା କେତେ ଦୂର ଠିକ୍।