ସଂସ୍କାର: ଦୁନିଆରେ ଅନେକ ସ୍ଥାନ ଏମିତି ରହିଛି ଯେଉଁଠାରେ ଅଜବ ଗଜବ ଆଇନ କାନୁନ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଗ୍ରାମ ବିଷୟରେ ଏଠାରେ ଉଲେଖ୍ୟ କରିଛୁ, ଯାହା ବିଷୟରେ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ଏହି ଗ୍ରାମର ସମସ୍ତ ଲୋକ ବିନା ପୋଷାକରେ ରହିଥାନ୍ତି। ଏହି ଲୋକେମାନେ ସମସ୍ତେ ଗରିବ, ଅଶିକ୍ଷିତ କିମ୍ବା ପିନ୍ଧିବାକୁ ପୋଷାକ ପାଇପାରୁନଥିବା ଲୋକ ନୁହନ୍ତି। ଏଠାକାର ଲୋକେମାନେ ସମସ୍ତେ ଧନୀ ଆଉ ଉଚ୍ଚ ଶିକ୍ଷିତ ମଧ୍ୟ। କିନ୍ତୁ ସେହି ଗ୍ରାମର ରହିଥିବା ପୁରୁଣା ପରମ୍ପରା କାରଣରୁ ଗାଁର ଲୋକମାନେ ଏହିଭଳି ଉଲଗ୍ନ ହୋଇ ବୁଲି ଥାଆନ୍ତି।
ତେବେ ଏହି ଗ୍ରାମଟି ବ୍ରିଟେନରେ ରହିଛି ଯେଉଁଠାରେ ଲୋକମାନେ ବର୍ଷ ବର୍ଷ ଧରି ବିନା ପୋଷାକରେ ରୁହନ୍ତି। ଅତ୍ୟନ୍ତ ଧନୀ ହେବା ପରେ ମଧ୍ୟ ପରମ୍ପରା ଏବଂ ବିଶ୍ୱାସ କାରଣରୁ ସେମାନେ ଏହିପରି ଉଲଗ୍ନ ହୋଇ ଜୀବନ ଅତିବାହିତ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ହର୍ଟଫୋର୍ଡଶାୟର ସ୍ପିଲପ୍ଲାଟଜ୍ ଗାଁରେ କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ପିଲାମାନେ ମଧ୍ୟ ବିନା ପୋଷାକରେ ରୁହନ୍ତି। ହର୍ଟଫୋର୍ଡଶାୟର ଗାଁ ବ୍ରିଟେନର ସର୍ବପୁରାତନ ଉପନିବେଶ ମଧ୍ୟରୁ ଅନ୍ୟତମ ଅଟେ। ଏଠାରେ କେବଳ ଭଲ ଘର ନୁହେଁ, ବିଳାସପୂର୍ଣ୍ଣ ସୁଇମିଂ ପୁଲ, ଲୋକଙ୍କ ପିଇବା ପାଇଁ ବିୟର ପାର୍ଲର ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି।
ତେବେ ଗତ ୯୦ ବର୍ଷରୁ ଅଧିକ ଦିନ ଧରି ଲୋକମାନେ ଏଠାରେ ଏହିପରି ଉଲଗ୍ନ ହୋଇ ରହି ଆସୁଛନ୍ତି। ସମଗ୍ର ବିଶ୍ୱର ଲୋକମାନେ ଏହି ଗାଁ ଉପରେ ଅନେକ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିସାରିଛନ୍ତି। ତେବେ ଏଠାକୁ ପଡୋଶୀ ଗାଁର ଲୋକମାନେ, ପୋଷ୍ଟମ୍ୟାନ୍ ଏବଂ ସାମଗ୍ରୀ ଡେଲିଭରି ଲୋକ ଆସିଥାନ୍ତି। ଏହି ଗାଁର ନାମ ସ୍ପିଲପ୍ଲାଟଜ୍, ଯାହାର ଅର୍ଥ ଖେଳ ପଡିଆ। ତେବେ ଏହି ଗାଁର ଲୋକମାନଙ୍କ ମଧ୍ୟରୁ ଅନେକ ଶିକ୍ଷିତ ଅଛନ୍ତି। ଏଠାରେ ବିନା ପୋଷାକରେ ବୁଲିବା ଲଜ୍ୟା ନୁହେଁ ସମ୍ମାନର କଥା ହୋଇଥାଏ ବୋଲି ବିବେଚନା କରାଯାଏ।