ସଂସ୍କାର: ଆମେ କଥା କହିବା ସମୟରେ , ଖାଇବା ସମୟରେ କିମ୍ବା ଅନ୍ୟ ବ୍ୟକ୍ତି ବିଶେଷଙ୍କ ନିକଟରେ ହସିବା ସମୟରେ ଆମର କୌଣସି କ୍ରମେ ଦାନ୍ତ ଦେଖାଯାଇଥାଏ। ଆଉ ଠିକ୍ ସେହି ସମୟରେ ଯେତେବେଳେ ଦାନ୍ତ ସଫା ନଥିବ କିମ୍ବା ଦାନ୍ତ ମଝିରେ ଫାଙ୍କା ଥିବ ସେହି ସମୟରେ ଆମକୁ ଅନ୍ୟଙ୍କ ସମ୍ମୁଖରେ କୁଣ୍ଠା ଲାଗିଥାଏ। ଆଜିକାଲି ଅନେକ ଲୋକ ଦାନ୍ତ ଉପରେ ଅଧିକ ଫୋକସ୍ କରିବାରେ ଲାଗିଛନ୍ତି। ମୋତି ଭଳି ଚମକ ଦାନ୍ତ ପାଇବା ପାଇଁ ଡେଣ୍ଟାଲ କ୍ଲିନିକ୍ ଯାଇ ଦାନ୍ତର ଯତ୍ନ ନିଅନ୍ତି। ସେହିପରି କାହାର ଯଦି ଦାନ୍ତ ମଝିରେ ଫାଙ୍କା ରହିଛି, ତେବେ ସେମାନେ ମଧ୍ୟ ମହଙ୍ଗା ଡେଣ୍ଟାଲ ସର୍ଜରୀ କରେଇବାକୁ ପଛାଉ ନାହାନ୍ତି।

କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ। ଦାନ୍ତ ମଝିରେ ଫାଙ୍କ ଥିଲେ ଏହା ଆପଣଙ୍କ ପାଇଁ ଖୁସିର ସଙ୍କେତ ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଯେଉଁମାନଙ୍କର ଦାନ୍ତ ମଝିରେ ଫାଙ୍କ ଅଛି, ସେମାନେ ବଡ଼ ଭାଗ୍ୟଶାଳୀ ହୋଇଥାଆନ୍ତି।
ଦାନ୍ତ ମଝିରେ ଫାଙ୍କର ରହସ୍ୟ :
୧. ଯେଉଁ ଲୋକଙ୍କର ଦାନ୍ତ ମଝିରେ ଫାଙ୍କ ରହିଥାଏ, ସେମାନେ ବହୁତ ଜ୍ଞାନବାନ ହୋଇଥାଆନ୍ତି। ଏହିଭଳି ବ୍ୟକ୍ତି ଅଦ୍ଭୁତ ପ୍ରତିଭାର ଅଧିକାରୀ ହେବା ସହିତ ଜୀବନରେ ଅନେକ ସଫଳତା ପାଇ ଥାଆନ୍ତି। ଏମାନଙ୍କ ବ୍ୟକ୍ତିତ୍ୱ ସରଳ ଏବଂ ସହଜ ହୋଇଥାଏ। ଏମାନେ ଅନ୍ୟ ଲୋକଙ୍କର ସେବା, ସହାୟତା କରି ଥାଆନ୍ତି।

୨. ଏଭଳି ବ୍ୟକ୍ତି ଖୋଲା ବିଚାରର ହୋଇ ଥାଆନ୍ତି। ଏମାନଙ୍କ ବିଚାରରେ ସଂକୀର୍ଣ୍ଣତା ନ ଥାଏ। ଏମାନେ କୌଣସି ପ୍ରକାରର ଭେଦଭାବ ରଖନ୍ତି ନାହିଁ।
୩. ଯଦି ଚାକିରି କରୁଥିବା ଲୋକଙ୍କ ଦାନ୍ତ ମଝିରେ ଫାଙ୍କ ରହିଥାଏ, ତା’ହେଲେ ଏହା ଈଶାରା କରିଥାଏ କି, ଏମିତି ଲୋକ ନିଜ କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ।
୪. ଯେଉଁ ଲୋକଙ୍କର ସାମ୍ନା ଦାନ୍ତ ମଝିରେ ଫାଙ୍କ ରହିଛି, ସେମାନେ ସକାରାତ୍ମକ ଶକ୍ତିରେ ଭରପୂର ଥାଆନ୍ତି। ଏହି ଲୋକେ କୌଣସି ବି କାମକୁ ବଡ଼ ଉତ୍ସାହର ସହିତ କରି ଥାଆନ୍ତି ଏବଂ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି।

୫. ଯେଉଁ ଲୋକଙ୍କର ଦାନ୍ତର ଆକାର ସମାନ ହେବା ସହିତ ସେଥିରେ ଚମକ ରହିଥାଏ, ସେମାନେ ବହୁତ ସୁଖୀ ଜୀବନ ଅତିବାହିତ କରି ଥାଆନ୍ତି।
୬. ଯେଉଁମାନଙ୍କର ସାମ୍ନା ଦାନ୍ତଗୁଡ଼ିକ ଫାଙ୍କା ଫାଙ୍କା, ସେମାନେ ବହୁତ ଜୀବନ୍ତ ମଣିଷ। ଜୀବନରେ କୌଣସି ବି କାମରେ ସଫଳତା ନ ମିଳିଲେ, ସହଜରେ ହାର୍ ମାନି ନ ଥାଆନ୍ତି। ଏମିତି ଲୋକ ସମସ୍ୟା ଆସିଲେ ମଧ୍ୟ ଡରି ଯାଆନ୍ତି ନାହିଁ, ବରଂ ଧୌର୍ଯ୍ୟର ସହ ସାମ୍ନା କରି ଥାଆନ୍ତି।

୭. ଦାନ୍ତ ମଝିରେ ଫାଙ୍କ ଥିବା ଲୋକମାନେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟପେୟ ପ୍ରତି ସୌଖିନ ହୋଇଥାଆନ୍ତି।
୮. ଏମାନେ ଆର୍ଥିକ ମାମଲାରେ ବୁଝିଲା ଭଳି ବ୍ୟକ୍ତିତ୍ୱ ହୋଇଥାଆନ୍ତି। ଏମିତି ଲୋକ ବୁଝି ବିଚାରି ନିଷ୍ପତ୍ତି ନେଇ ଥାଆନ୍ତି। ଏଥିପାଇଁ ଏମାନଙ୍କୁ ଜୀବନରେ କେବେ ପଇସାର ଅଭାବ ରହି ନ ଥାଏ।