ସଂସ୍କାର: ଜଣେ ବ୍ୟକ୍ତିଙ୍କ ସର୍ବାଧିକ କେତେ ଜଣ ପ୍ରେମିକା ରହି ପାରିବେ। ଜଣେ ବ୍ୟକ୍ତି ସର୍ବାଧିକ କେତେ ଜଣ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖି ପାରିବେ ? ଆପଣ ଭାବୁଥିବେ ଅତି ବେଶିରେ ୨, ୫ କିମ୍ବା ୧୦। ହେଲେ ଦୁନିଆରେ ଅଲଗା ଅଲଗା ଦେଶର ରାଜା ମହାରାଜାଙ୍କ ସଂପର୍କିତ ଅନେକ ଇତିହାସ ରହିଛି, ଯାହା ଆଜି ମଧ୍ୟ ଚର୍ଚ୍ଚାର ବିଷୟ ରହିଛି। ଏହି ରାଜାମାନଙ୍କର ଏମିତି ଅନେକ ରହସ୍ୟଜନକ କାହାଣୀ ରହିଛି ଯାହା ବିଷୟରେ ଖୁବ୍ କମ ଲୋକ ଜାଣିଥିବେ। ଏମିତି କିଛି ଖରାପ ରାଜା ଅଛନ୍ତି, ଯାହାଙ୍କ ଜୀବନୀ ଏବଂ ଇତିହାସକୁ ଦୀର୍ଘ ସମୟ ଧରି ଦୁନିଆଠୁ ଦୂରରେ ରଖିବାକୁ ଚେଷ୍ଟା କରାଯାଇଛି। ତଥାପି ସତ୍ୟ ସାମ୍ନାକୁ ଆସି ଯାଉଛି।
ସଂପ୍ରତି ସ୍ପେନର ଜଣେ ପୂର୍ବତନ ରାଜାଙ୍କ ସଂପର୍କିତ ଖବର ବହୁତ ଚର୍ଚ୍ଚାରେ ରହିଛି। ନିକଟରେ ତାଙ୍କ କଳା ଦୁନିଆର ବାସ୍ତବତା ସାମ୍ନାକୁ ଆସି ଯାଇଛି। ଯାହା ଜାଣି ଲୋକେ ସ୍ତବ୍ଧ ହୋଇ ପଡିଛନ୍ତି। ସ୍ପେନ ରୟାଲ ଫ୍ୟାମିଲିର ପୂର୍ବତନ ରାଜା ଜୁଆନ କାର୍ଲୋସ ୧୯୭୫ରେ ରାଜା ପଦ ସମ୍ଭାଳିଥିଲେ। ଏବେ ଜୁଆନଙ୍କ ସହ ଜଡିତ ଏକ ବିବାଦୀୟ ଖବର ସଭିଙ୍କୁ ଚକିତ କରିଛି। ଦ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜୁଆନ ଜଣେ ଯୌନ ପିପାଶୁ ମଣିଷ ଥିଲେ। ସେ ଜଣେ କାମନ୍ଧା ଲୋକ ଥିଲେ। ତାଙ୍କ କୁକର୍ମରେ ପୂରା ଦେଶ ବଦନାମ ହେଉଥିଲା।
ନିକଟରେ ସ୍ପେନର ପୂର୍ବତନ ପୋଲିସ କମିସନର ଜୋସ ମାନୁଏଲ ସଂସଦରେ ଏକ ଶୁଣାଣି ବେଳେ ଏହି ଚକିତ କରିବା ଭଳି ଖବରର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଜୁଆନ ଏତେ ସେକ୍ସ ଏଡିକ୍ଟ ଥିଲେ ଯେ, ସେ ୫୦୦୦ରୁ ଅଧିକ ମହିଳାଙ୍କ ସହିତ ଯୌନ ସମ୍ବନ୍ଧ ରଖିଥିଲେ। ତାଙ୍କର ଏହି ଯୌନ ନିଶା ପୂରା ଦେଶ ପାଇଁ ବଡ ସମସ୍ୟା ପାଲଟି ଯାଇଥିଲା। ଏହି ସମସ୍ୟାରୁ ନିସ୍ତାର ପାଇବା ପାଇଁ ତାଙ୍କ ଶରୀରରେ ଫିମେଲ୍ ହର୍ମୋନ ଭର୍ତ୍ତି କରିବାକୁ ପଡିଥିଲା।
ଡେଲି ମେଲ୍ର ଏକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଜୁଆନ ପ୍ରିନସେସ୍ ଡାୟନାଙ୍କୁ ମଧ୍ୟ ନିଜର ପ୍ରେମିକା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ରିପୋର୍ଟ କେତେ ସତ୍ୟ ତାହା ଦାବି କରାଯାଇ ନାହିଁ। ସ୍ପେନିଶ ଇତିହାସକାର ଆମାଡିଓ ମାର୍ଟିନଏଜ ଇଙ୍ଗେଲ୍ସ ଜୁଆନଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି। ଏହି ପୁସ୍ତକର ନାମ Juan Carlos: The King Of 5,000 Lovers। ଏପରିକି ସ୍ପେନିଶ ସିଙ୍ଗର, ବେଲଜିୟମ ଗଭର୍ନେସ ଓ ଇଟାଲିୟନ ପ୍ରିନସେସ୍ଙ୍କ ସହ ତାଙ୍କର ସମ୍ବନ୍ଧ ଥିବା ଖବର ମଧ୍ୟ ସାମ୍ନାକୁ ଆସି ସାରିଛି। ଏହି ପୁସ୍ତକରେ ଦାବି କରାଯାଇଛି ଯେ, ଜୁଆନ କେବଳ ୬ ମାସରେ ୬୨ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ବର୍ତ୍ତମାନ ସେ ଆବୁଧାବିରେ ନିର୍ବାସନରେ ରହୁଛନ୍ତି। ତାଙ୍କ ବିରୋଧରେ ସ୍ପେନରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିଥିଲା। ଏହା ପରେ ସେ ଦେଶରୁ ପଳାୟନ କରିଥିଲେ।