ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ , କହିଲେ ମମିତାଙ୍କ ପ୍ରତି ମୋର….

ସଂସ୍କାର : ସନସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଏହି ମାମଲା ସହିତ ଜଡିତ ଅଭିଯୁକ୍ତ ଗୋବିନ୍ଦ ବର୍ତ୍ତମାନ ଜେଲ୍ ରେ। ଏହି ସମୟ ମଧ୍ୟରେ ଗଣମାଧ୍ୟମ ସମ୍ମୁଖରେ ନିଜର ମନ୍ତବ୍ୟ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

ସେ କହିଛନ୍ତି ଯେ ମମିତା ଆମ ପାଖରେ ନାହାନ୍ତି ସତ। କିନ୍ତୁ ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ତାଙ୍କ ପରିବାର ସହିତ ମୁଁ ସବୁବେଳେ ରହିବି। ଅନ୍ୟପଟେ ମମିତାଙ୍କ ମାମଲାରେ ଆଇନ ତାର କାର୍ଯ୍ୟ କରୁଛି। ଆଉ ଆଇନ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବ ବୋଲି ମୋର ବିଶ୍ୱାସ ରହିଛି।

ତେବେ ମମିତାଙ୍କ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଅନେକ କଥା ରାଜ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାରି ଉପରେ ପୂର୍ଣ୍ଣଛେଦ ପଡିଛି। ଅନ୍ୟପଟେ ମିଥ୍ୟା ଆଧାରରେ ରାଜ୍ୟର କେତେକ ଗଣମାଧ୍ୟମ ଦିବ୍ୟଶଙ୍କରଙ୍କର ନାମକୁ ଖରାପ କରିଥିବାରୁ ତାଙ୍କ (ଦିବ୍ୟଶଙ୍କର) ପରିବାର ତରଫରୁ ଏକ ମାନହାନି ମୋକଦ୍ଦମା ଦାୟର କରାଯାଇ ଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *