ୱାର୍ଲ୍ଡ ରେକର୍ଡ: ଏ ବର୍ଷ ଦୀପାବଳି ରେ ଭବ୍ୟ ସ୍ଥାନ ଅଯୋଧ୍ୟାରେ ମୋଟ ଦୀପ ସଂଖ୍ୟା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

Diwali in Ayodhya creates world record for largest display of oil lamps

ୱାର୍ଲ୍ଡ ରେକର୍ଡ : ଏ ବର୍ଷ ଦୀପାବଳି ରେ ଭବ୍ୟ ସ୍ଥାନ ଅଯୋଧ୍ୟାରେ ୟୋଗୀ ସରକାର ଙ୍କ ଅଧୀନରେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଦୀପ ମହୋତ୍ସବ ଆୟୋଜନ ହେବ । ଉତ୍ତର ପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ ତତ୍ୱାବଧନରେ ଏହି ବର୍ଷ ଗିନିଷ ବୁକ ଅଫ ୱାର୍ଲଡ ରେକର୍ଡ ଦିବ୍ୟ ଦୀପ ମହୋତ୍ସବ ଆୟୋଜନ କରିବା ପାଇଁ ୟୋଗୀ ସରକାର ଙ୍କ ନିଷ୍ପତି ନେଇଛନ୍ତି । କିନ୍ତୁ ଦୀପ ସଂଖ୍ୟା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଦୁଇ ବର୍ଷ ପୂର୍ବେ ବର୍ଷ 3 ଲକ୍ଷ ଦୀପ ଏକା ସାଙ୍ଗରେ 45 ମିନଟ ପର୍ଯ୍ୟନ୍ତ ଜଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ଏବଂ ଏତେ ପରିମାଣର ଦୀପ ଜଳାଇବା ପାଇଁ ପ୍ରାୟ 40000 ହଜାର ଲିଟର ତେଲ ର ଆବଶ୍ୟକତା ପଡିଥିଲା । କିନ୍ତୁ ଆଶ୍ଚର୍ଯ୍ୟର ଏ ବର୍ଷ ଗତ ବର୍ଷ ଅପେକ୍ଷା ଅଧିକ ଦୀପ ଜଳାଇବାର ଆୟୋଜନ କରାଯାଇଛି । ଏହା ସହ ଗତ ବର୍ଷ ମଧ୍ୟ ଉତ୍ସବରେ ସାରୁ (Saryu) ନଦୀ କୂଳରେ 5,84,572 ମାଟି ଦୀପ ଜଳିବା ପରେ ‘ତୈଳ ପ୍ରଦୀପଗୁଡିକର ସର୍ବ ବୃହତ ପ୍ରଦର୍ଶନ’ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲା।

ଉତ୍ତର ପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ ତତ୍ୱାବଧନରେ ପ୍ରାୟ ବୁଧବାର ଦିନ ଅଯୋଧ୍ୟାରେ ସାରୁ ନଦୀ କୂଳରେ ନଅ ଲକ୍ଷ ରୁ ଅଧିକ ଦୀପ ପ୍ରଜ୍ୱଳିତ କରିବାବେଳେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍‌ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *