ଯାଇଥିଲେ ଚିକିତ୍ସା ପାଇଁ, କିନ୍ତୁ ଅପେରସନ୍ ବାହାନାରେ ଯୁବକଙ୍କ ଯୌନାଙ୍ଗ କାଟିଦେଲେ ଡାକ୍ତର, ଆଉ ତାପରେ…

ସଂସ୍କାର : ରାଜସ୍ଥାନର ବାରମର୍ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନା , ଚିକିତ୍ସା ନାମରେ ଜଣେ ରୋଗୀର ବ୍ୟକ୍ତିଗତ ଅଂଶ ( ପ୍ରାଇଭେଟ ପାର୍ଟ ) କୁ କାଟି ଦେଇଛି। ରୋଗୀଜଣଙ୍କର ପ୍ରାଇଭେଟ୍ ପାର୍ଟ ଫୁଲି ଯାଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ। ରୋଗୀ ଜଣଙ୍କ ପ୍ରଥମେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ଯାଇଥିଲେ। କିନ୍ତୁ ସେଠାରେ ଥିବା ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ପଠାଇଥିଲେ। ଆଉ ସେହି ଘରୋଇ ହସ୍ପିଟାଲ ଚିକିତ୍ସା ନାମରେ ରୋଗୀଙ୍କର ବ୍ୟକ୍ତିଗତ ଅଂଶ ( ପ୍ରାଇଭେଟ୍ ପାର୍ଟ) କୁ କାଟି ଦେଇଛନ୍ତି।

ଆଉ ଚିକିତ୍ସା ନାମରେ ତାଙ୍କଠାରୁ ବହୁ ପରିମାଣର ଅର୍ଥ ମଧ୍ୟ ଆଦାୟ କରିଛି ଘରୋଇ ହସ୍ପିଟାଲ। ଏହି ଘଟଣା ପରେ ଯୁବକ ଜଣଙ୍କ ପୋଲିସ୍ ନିକଟରେ ସଂଗେ ସଂଗେ ଅଭିଯୋଗ କରିଥିଲେ। ଅନ୍ୟପଟେ ସୂଚନା ରହିଛି ଯେ, ଚିକିତ୍ସା ପାଇଁ ଯୁବକଙ୍କ ନିକଟରେ ଟଙ୍କା ନଥିଲା। ସେ ତାଙ୍କ ଘର ବନ୍ଧକ କରି ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ ମେଡ଼ିକାଲକୁ ଦେଇଛନ୍ତି।

ସୂଚନା ଅନୁଯାୟୀ, ବାରମେରରେ ରହୁଥିବା ଜଣେ ଯୁବକ ରୋଗୀଙ୍କ ଗୁପ୍ତ ଅଂଶରେ ଏକ ଆବସେସ୍ ହୋଇଥିଲା। ସେ ପ୍ରଥମେ ଏହାର ଚିକିତ୍ସା ପାଇଁ ଜିଲ୍ଲାର ସରକାରୀ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ କହିଥିଲେ ଯେ ଏଠାରେ ଏହି ରୋଗର ଚିକିତ୍ସା ସମ୍ଭବ ନୁହେଁ। ପୀଡିତା ଅଭିଯୋଗ କରିଛନ୍ତି ଯେ ସରକାରୀ ଡାକ୍ତରଖାନାର ଡାକ୍ତର ଭି.କେ ଗୋୟଲ ତାଙ୍କୁ ଏହି ଘରୋଇ ଯଶ ଡାକ୍ତରଖାନାକୁ ଯିବାକୁ କହିଥିଲେ। ସେହିଠାରେ ତାଙ୍କ ରୋଗର ଚିକିତ୍ସା କରାଯାଇପାରିବ ବୋଲି ଡାକ୍ତର ସୂଚନା ଦେଇଥିଲେ।

ସେ ୟଶ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ଏହି ଆବସେସ୍ ପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିବ। ଏହି ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଡାକ୍ତର ଯୁବକଙ୍କୁ କହିଥିଲେ ଯେ ଏହି ଅସ୍ତ୍ରୋପଚାର ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯୁବକଙ୍କ ପାଖରେ ଏତେ ଟଙ୍କା ନଥିଲା ତେଣୁ ସେ ତାଙ୍କ ଘରକୁ ବନ୍ଧକ କରି ଡାକ୍ତରଙ୍କର ଫି ପ୍ରଦାନ କରିଥିଲେ। ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ଚିକିତ୍ସା ସମୟରେ ଡାକ୍ତରମାନେ ଯୁବକଙ୍କର ପ୍ରାଇଭେଟ୍ ପାର୍ଟ କାଟି ଦେଇଥିବାରୁ ତାକୁ ନେଇ ଯୁବକ ଜଣଙ୍କ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *