ସଂସ୍କାର : ଯଦି ଆପଣ ସୋସିଆଲ୍ ସାଇଟ୍ କିମ୍ବା shadi.com ସହିତ ନିଜର ବିବାହ ପାଇଁ ସମ୍ପର୍କ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆଜିକାଲି ଡକାୟତ କନ୍ୟା ଦେଶରେ ମାତିବାରେ ଲାଗିଛନ୍ତି। ରାଜସ୍ଥାନରୁ ଆସିଛି ଏକ ଏପରି ମାମଲା ଯାହାକୁ ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ କନ୍ୟା ୮୦ ଜଣଙ୍କୁ ବିବାହ କରି ବିବାହ ପରଦିନ ହିଁ ଛୁ ହୋଇ ଯାଇଛି। ସବୁ ଟଙ୍କା , ସୁନା ଗହଣା ନେଇ ଫେରାର୍ ହୋଇଯାଇଛି ଏହି ଡକାୟତ କନ୍ୟା।
ଏହି ଡକାୟତ କନ୍ୟା ପ୍ରାୟ ୮୦ ଜଣଙ୍କୁ ବିବାହ କରି କୋଟିଏ ଟଙ୍କାରୁ ଅଧିକ ଟଙ୍କାର ଲୁଟପାଟ କରିଛି।ତେବେ ବର୍ତ୍ତମାନ ଡକାୟତ କନ୍ୟାକୁ ଖୋଜିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ତାର ବିଭିନ୍ନ ଫୋନ ନମ୍ବରକୁ ପୋଲିସ୍ ଟ୍ରାକ କରୁଛି। ଏହି ମହିଳା ଜଣଙ୍କ ଅନେକ ଲୋକଙ୍କ ନାମରେ ୪୦ ଟି ଫୋନ ନମ୍ବର ରଖିଛି। ଅନ୍ୟପଟେ ଏହି ମାମଲାରେ ଅନୁସନ୍ଧାନ ତୀବ୍ର କରାଯାଉଥିବା ସ୍ଥାନୀୟ ପୋଲିସ କହିଛି। ଖୁବ୍ ଶୀଘ୍ର ସମଗ୍ର ଗ୍ୟାଙ୍ଗ ଯିଏ ଏପରି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଧରାଯିବ ବୋଲି ପୋଲିସ୍ ସୂଚନା ଦେଇଛି। ଅନ୍ୟପଟେ ରାଜସ୍ଥାନ ବ୍ୟତୀତ ଏହି ଡକାୟତ ଗ୍ୟାଙ୍ଗ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ଲୋକଙ୍କୁ ପ୍ରତାରଣା କରିଛନ୍ତି।
ସୂଚନାନୁସାରେ, ଏହି ଡକାୟତ କନ୍ୟା କେବଳ ଅଳଙ୍କାର ସାମଗ୍ରୀ ଲୁଟ କରୁନାହାଁନ୍ତି, ବରଂ ଏକ ପରିବାରର ସାମାଜିକ ପ୍ରତିଷ୍ଠା ମଧ୍ୟ ଲୁଟ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନିରୀହ ପରିବାରର ପୁଅମାନଙ୍କୁ ଫାଶରେ ପକାଇ ଏହି ଗ୍ୟାଙ୍ଗ ଏଭଳି ଲୁଟ କରନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଡକାୟତ କନ୍ୟାଙ୍କ ବିରୋଧରେ ୮୦ ରୁ ଅଧିକ ମାମଲା ରୁଜୁ ହୋଇଛି।