ଘରେ ଥିବା ଫ୍ରିଜରେ ରଖୁଛନ୍ତି କି ଏହି ସବୁ ଜିନିଷ, ତେବେ ହୋଇଯାଆନ୍ତୁ ସାବଧାନ

ସଂସ୍କାର : ଆଜିକାଲିର କର୍ମମୟ ଜୀବନ ମଧ୍ୟରେ ସମସ୍ତେ ବ୍ୟସ୍ତବହୁଳ ରହୁଛନ୍ତି। କାହାକୁ ଗଣ୍ଡେ ଖାଇବା ପାଇଁ ସମୟ ନ ଥାଏ ତ , ଆଉ କାହାକୁ ଘରେ ରୋଷେଇ ପାଇଁ ମାର୍କେଟ ଯାଇ ପନିପରିବା ଓ ଅନ୍ୟାନ୍ୟ ଜିନିଷ ଆଣିବାକୁ ସମୟ ନାହିଁ। ଅନ୍ୟପଟେ ଯେଉଁ ବ୍ୟକ୍ତି କେତେବେଳେ ନିଜର ସମୟ ବାହାର କରି ମାର୍କେଟ ଯାଇଥିବ, ତେବେ ସେ ଏକାସାଙ୍ଗରେ ୫ ରୁ ୬ ଦିନର ପନିପରିବା ଓ ସୌଦା ଆଣିଥିବ ନିଶ୍ଚିତ। ଆଉ କେହି କେହି ତ ୧୫ ଦିନ ପାଇଁ ଏକାବେଳକେ ପନିପରିବା ଆଣି ଘରେ ରଖିଥିବା ଫ୍ରିଜରେ ସଜେଇ ରଖନ୍ତି।

ସମୟର ଅଭାବ କାରଣରୁ ଏହା କରିବାକୁ ବାଧ୍ୟ ହୁଅନ୍ତି ଅନେକ ବ୍ୟକ୍ତିବିଶେଷ। ଥରେ ମାର୍କେଟ ଯାଇ ସପ୍ତାହକ ପାଇଁ ପରିବା କିଣି ଆଣିଲେ ସେମାନଙ୍କୁ ଆଉ ଚିନ୍ତା କରିବାକୁ ପଡୁନାହିଁ। କାରଣ ଘରେ ତ ଫ୍ରିଜରେ ଅଛି ନା ! ତେବେ ଫ୍ରିଜରେ ପରିବା ରଖିଲା ବେଳେ ଗୋଟିଏ କଥା ମନେ ରଖନ୍ତୁ, ଏମିତି ଅନେକ ପରିବା ଅଛି ଯାହା ଫ୍ରିଜ୍‌ରେ ରଖିବା ଉଚିତ୍‌ ନୁହେଁ । ଯଦି ଫ୍ରିଜରେ ପନିପରିବା ରଖୁଛନ୍ତି ତେବେ ପରିବାରେ ଥିବା ଭିଟାମିନ୍‌ ନଷ୍ଟ ହୋଇଥାଏ ଓ ପନିପରିବା ବିଷାକ୍ତ ମଧ୍ୟ ହୋଇଯାଇଥାଏ।

କେଉଁ ଜିନିଷ ଫ୍ରିଜରେ ରଖିଲେ କ’ଣ ହୋଇଥାଏ :

୧. ଟମାଟୋରେ ପାଣିର ମାତ୍ରା ଅଧିକ ରହିଥାଏ। ତେଣୁ ଟମାଟୋକୁ ଫ୍ରିଜରେ ରଖିଲେ ଏହା ଅନ୍ୟ ପରିବାକୁ ନଷ୍ଟ କରି ଦେଇଥାଏ। ତେଣୁ ଏହାକୁ କିଣିବାର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଫ୍ରିଜରୁ ବାହାର କରିଦେବେ।

୨. ସୋୟା ଏବଂ ଟମାଟୋ ସସ୍‌କୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ, କାରଣ ଏସବୁକୁ ଫ୍ରିଜରେ ରଖିବା ଦରକାର ପଡ଼େ ନାହିଁ। ଯଦି ରଖିବେ ତେବେ ଏହା ବିଷାକ୍ତ ହୋଇଯିବ। ଆଉ ଏହାକୁ ଆପଣ ଖାଇଲେ ଏସିଡିଟି ହେବା ଥୟ।

୩. କଦଳୀକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହାକୁ ଫ୍ରିଜରେ ରଖିଲେ ଏହା କଳା ପଡିଯାଇଥାଏ ଏବଂ ପାଖରେ ଥିବା ଫଳକୁ ବି କଳା କରି ଦେଇଥାଏ।

୪. କଫିକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହା ଦ୍ୱାରା କଫିର ବାସ୍ନା ନଷ୍ଟ ହୋଇଯାଏ। ଆଉ ସ୍ୱାଦ ମଧ୍ୟ ଆସିନଥାଏ।

୫. ଲେମ୍ବୁରେ ସାଇଟ୍ରିକ ଏସିଡ୍‌ ରହିଥାଏ। ସେଥିପାଇଁ ଏହାକୁ ଫ୍ରିଜରେ ରଖିବା ଦରକାର ନାହିଁ। ଫ୍ରିଜରେ ରଖିଲେ ଏହା ଶିଘ୍ର ଶୁଖିଯାଏ।

୬. ଡ୍ରାଏ ଫ୍ରୁଟସ୍‌ ଯେପରିକି କାଜୁ , ପେସ୍ତା ବାଦାମ, ବାଦାମ ଓ କିସ୍‌ମିସ୍‌କୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇ ଯାଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖରାପ ହୋଇଯାଏ।

. କୌଣସି ବି କଟା ପନିପରିବା ବେଶୀ ସମୟ ଫ୍ରିଜରେ ରଖିବେ ନାହିଁ। ଯଦି ଫ୍ରିଜରେ ପନିପରିବା କଟା ଅବସ୍ଥାରେ ବେଶୀ ସମୟ ରଖିବେ ତେବେ ସେ କଳା ପଡିଯିବା ସହିତ, ସେହି ପନିପରିବାର ଭିଟାମିନ କ୍ଷୟ ହୋଇଯିବ।

Leave a Reply

Your email address will not be published. Required fields are marked *