ସଂସ୍କାର: ଆମ ଘର ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ କି ଆମେ ନିଜକୁ ସୁରକ୍ଷିତ ଏବଂ ଶାରୀରକୁ ଆରାମ ଦେଇଥାଉ। ଗୋଟିଏ ପଟେ ଆମେ ସମସ୍ତେ ଚାହୁଁ ଯେ ଘରେ ସର୍ବଦା ଶାନ୍ତିର ପରିବେଶ ରହିବା ଉଚିତ କିନ୍ତୁ ଗୋଟିଏ ପରିବାରରେ ଅନେକ ସଦସ୍ୟ ରହିଥାନ୍ତି। ଯେଉଁ କାରଣରୁ ପ୍ରତ୍ୟେକ ସଦସ୍ୟଙ୍କର ଚିନ୍ତାଧାରା ଭିନ୍ନ ଭିନ୍ନ ରହିଥାଏ। ଏହି କାରଣରୁ, ଘରେ ଅନେକ ଥର ମତଭେଦ ଦେଖାଯାଏ। ବେଳେବେଳେ ଘରେ କୌଣସି ପ୍ରସଙ୍ଗରେ ଅନେକ ବିବାଦ ଲାଗି ରହିଥାଏ। ଏହି କାରଣରୁ, ସମଗ୍ର ଘରର ପରିବେଶ ଅଶାନ୍ତ ଏବଂ ଉତ୍ତେଜିତ ହୋଇଯାଏ। ଆପଣ ଜାଣନ୍ତି କି ଏହା ପଛର କାରଣ ଆମ ଘରେ ରହିଥିବା କିଛି ଫଟୋ। ତେବେ ଆସନ୍ତୁ ଜାଣିବା କେତେକ ଫୋଟ ବିଷୟରେ ଯେଉଁ ଗୁଡିକକି ଘରେ ରହିଲେ ଅଶୁଭ ମଣାଯାଏ।
୧) ଯୁଦ୍ଧ କିମ୍ବା ଅସ୍ତ୍ରଶସ୍ତ୍ରର ଚିତ୍ର :
ଘରକୁ ସଜାଇବା ପାଇଁ ଆମେ ସମସ୍ତେ ଅନେକ ପ୍ରକାରର ଫଟୋ ରଖିଥାଉ। ବାସ୍ତୁ ଅନୁଯାୟୀ ଯଦି ଆପଣଙ୍କ ଘରେ ସାଜସଜ୍ଜା ପାଇଁ ଚିତ୍ର ରଖନ୍ତି, ତେବେ ଏଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ବାସ୍ତୁ ଅନୁଯାୟୀ ଯୁଦ୍ଧ ଚିତ୍ର କେବେବି ଘରେ ରଖିବା ଉଚିତ ନୁହଁ। ଲୋକମାନେ ପ୍ରାୟତଃ ମହାଭାରତର ଏକ ଚିତ୍ର ନିଜ ଘରେ ରଖନ୍ତି, କିନ୍ତୁ ଏହି ଚିତ୍ର ରଖିବା ଠିକ୍ ନୁହେଁ | ବିଶ୍ବାସ କରାଯାଏ ଯେ ଏହି କାରଣରୁ ପରିବାରର ସଦସ୍ୟଙ୍କ ମଧ୍ୟରେ ମତ ପାର୍ଥକ୍ୟ ବଢ଼ିଥାଏ। ତେଣୁ, ଭୁଲରେ ମଧ୍ୟ ମହାଭାରତ, ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟ କୌଣସି ପ୍ରକାର ହିଂସାତ୍ମକ ଜିନିଷର ଚିତ୍ର ଘରେ ରଖିବା ଉଚିତ୍ ନୁହେଁ।
୨) ହିଂସାତ୍ମକ ବନ୍ୟ ପ୍ରାଣୀମାନଙ୍କର ଫଟୋ :
କିଛି ଲୋକ ଜଙ୍ଗଲର ପଶୁମାନଙ୍କ ଚିତ୍ର ଘରେ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ବାସ୍ତୁ ଅନୁଯାୟୀ ବଣୁଆ ଜନ୍ତୁର ଚିତ୍ର ଘରେ ରଖିବା ଉଚିତ୍ ନୁହେଁ। ବନ୍ୟଜନ୍ତୁର ଚିତ୍ରଗୁଡ଼ିକୁ ଘରେ ରଖିବା ଦ୍ୱାରା ନକାରାତ୍ମକତା ବୃଦ୍ଧି ପାଇବା ଆରମ୍ଭ କରେ ଯାହା ଆପଣଙ୍କ ଘରେ ଅସନ୍ତୋଷର କାରଣ ହୋଇପାରେ।
୩) ନଟରାଜଙ୍କ ଛବି ବା ପ୍ରତିମା :
କଳା ଏବଂ ନୃତ୍ୟ ସହିତ ଜଡିତ ଲୋକଙ୍କ ପାଖରେ ନଟରାଜଙ୍କ ପ୍ରତିମା ନିଶ୍ଚିତ ଭାବରେ ରହିଥାଏ। ଯଦିଓ ଏହା ଭଗବାନ ଶିବଙ୍କର ଏକ ମୁଦ୍ରା, କିନ୍ତୁ ଏହାକୁ ନିଜ ଘରେ ରଖିବା ଠିକ୍ ବିବେଚନା କରାଯାଏ ନାହିଁ। ବାସ୍ତୁଶାସ୍ତ୍ର କହିବାନୁସାରେ, ନଟରାଜଙ୍କ ମୂର୍ତ୍ତିକୁ ତାଣ୍ଡବ ମୁଦ୍ରାରେ ରଖାଯିବା ଉଚିତ୍ ନୁହେଁ। ଯଦି ଆପଣ କଳା କିମ୍ବା ନୃତ୍ୟ କ୍ଷେତ୍ରର ଅଟନ୍ତି ତେବେ ଆପଣ ଏହାକୁ ଆପଣଙ୍କର ଅଭ୍ୟାସ କକ୍ଷରେ ରଖିପାରିବେ।