ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଭାରତର ଦଳ ଶୁକ୍ରବାର ଦିନ ଘୋଷଣା କରାଯାଇଛି। ନଭେମ୍ବର 25 ରୁ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଅଲ-ଇଣ୍ଡିଆ ସିନିୟର ଚୟନ କମିଟି ଦଳ ଚୟନ କରିଛି।
କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ୍ ଆୟରଙ୍କୁ ସୁଯୋଗ।
ନୂତନ ଭାବେ ନିଯୁକ୍ତ ଟି -20 ଅଧିନାୟକ ତଥା ନିୟମିତ ଓପନର୍ ରୋହିତ ଶର୍ମା, ୱିକେଟ୍ କିପର ଋଷଭ ପନ୍ତ ଏବଂ ପେସର୍ ଜସପ୍ରୀତ ବୁମ୍ ରାହ ଏବଂ ମହମ୍ମଦ ଶାମିଙ୍କୁ ବିସିସିଆଇର କାର୍ଯ୍ୟଭାର ପରିଚାଳନା ନୀତିର ଏକ ଅଂଶ ଭାବରେ ବିଶ୍ରାମ ଦିଆଯାଇଛି। କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ୍ ଆୟରଙ୍କୁ ସୁଯୋଗ ଦିଆଯାଇଛି ।
କେ.ଏଲ୍ ରାହୁଲଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ।
କେ.ଏଲ୍ ରାହୁଲ ଆହତ କାରଣ ରୁ ପ୍ରଥମ ଟେଷ୍ଟ ରୁ ବାହାର ହୋଇଥିବା ବେଳେ ହନୁମା ବିହାରୀଙ୍କୁ ସୁଯୋଗ ମିଳିବା ନିଶ୍ଚିତ ଥିଲା କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଲା, ଏବଂ ବିସିସିଆଇ ସଚିବ ଜୟ ଶାହା ଏକ ବିବୃତ୍ତିରେ କହିଛନ୍ତି ଯେ ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ଯୋଗଦେବେ ଏବଂ ଦଳର ନେତୃତ୍ୱ ନେବେ।
ଅଫ୍ ସ୍ପିନର ଜୟନ୍ତ ଯାଦବଙ୍କ ସହ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଏବଂ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇଟି ଟେଷ୍ଟ (ନଭେମ୍ବର 25-29 ଏବଂ ଡିସେମ୍ବର 3-7) ରେ ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ।ପ୍ରଥମ ଟେଷ୍ଟ କାନପୁରରେ ଏବଂ ଦ୍ୱିତୀୟଟି ମୁମ୍ବାଇରେ ଅନୁଷ୍ଠିତ ହେବ।
ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତର ଟେଷ୍ଟ ଦଳ:
ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା (ଉପ ଅଧିନାୟକ), ଶୁଭମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ , ରିଦ୍ଧିମାନ ଶାହା (ୱିକେଟ କିପର), କେଏସ ଭାରତ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନୀ, ଜୟନ୍ତ ଯାଦବ, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା, ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା।