ସଂସ୍କାର : ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଥିବା ଜଣେ ଯୁବକଙ୍କର ଇଚ୍ଛା ଜାଣିଲେ ଆପଣଙ୍କର ହୋସ୍ ଉଡିଯିବ। ଜଣେ ଯୁବକ ଯେଉଁ ପ୍ରକାରର କନ୍ୟା ଖୋଜୁଛନ୍ତି ତାହା ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଯୁବକ କନ୍ୟା ଖୋଜିବାକୁ ଯାଇ ମେଟ୍ରିମୋନିଆଲ୍ ସାଇଟରେ ଅଜବ ପ୍ରକାରର ଦାବି କରିବା ଆରମ୍ଭ କରି ଦେଇଛନ୍ତି। ଯାହାକି ଇଣ୍ଟରନେଟ ଦୁନିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକ୍ରମ ଅନୁଯାୟୀ, ଏକ ବୈବାହିକ ବିଜ୍ଞାପନରେ, ଜଣେ ଯୁବକ ତାଙ୍କ ଭବିଷ୍ୟତର କନ୍ୟାର ଶରୀର ଅଂଶ ବିଷୟରେ ଉଲ୍ଲେଖ କରି ଲେଖିଛନ୍ତି ଯେ ସେ ଭଲ ବ୍ରା ସାଇଜ, ଭଲ ଗଢ଼ନ ଏବଂ ଭଲ ସୁନ୍ଦରିଆ ଅଣ୍ଟା ଥିବା କନ୍ୟା ଚାହୁଁଛନ୍ତି।
ଭାଇରାଲ୍ ହେଉଥିବା ବିଜ୍ଞାପନ ଅନୁଯାୟୀ, ଏହି ଭାରତୀୟ ଯୁବକ ଜଣକ ଲେଖିଛନ୍ତି ଯେ, ‘ମୁଁ ୫’୨” ରୁ ୫’୬” ଉଚ୍ଚତା ବିଶିଷ୍ଟ କନ୍ୟା , ୩୨ ସାଇଜ ବ୍ରା ଏବଂ ୧୨ରୁ ୧୬ ମଧ୍ୟରେ ଅଣ୍ଟା ଥିବା କନ୍ୟା ଚାହୁଁଛି। ଯିଏ ଏପରି ଅଛ ମୋ ସହିତ ସମ୍ପର୍କ କରିବାକୁ ଅନୁରୋଧ। ‘ ଏହି ମାଟ୍ରିମୋନିଆଲ୍ ବିଜ୍ଞାପନର ସ୍କ୍ରିନସଟ୍ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ସହ ଜଡିତ ଏକ ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କାରଣ ବିଜ୍ଞାପନରେ ବର ନିଜର ଭାବି କନ୍ୟାର ଶରୀରର ଅଂଶଗୁଡ଼ିକର ପସନ୍ଦିତ ଆକାର ଉଲ୍ଲେଖ କରିଛି।
Betterhalf.ai ନାମକ ଏକ ବିବାହ ସାଇଟରୁ ନିଆଯାଇଥିବା ଏକ ସ୍କ୍ରିନସଟ୍ ବର୍ତ୍ତମାନ ଭାଇରାଲ୍ ହେଉଛି। ଯେଉଁଥିରେ କନ୍ୟାର ସ୍ତନ ଏବଂ ପୋଷାକର ଆକାର ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଏହି ଯୁବକ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ କନ୍ୟା ୮୦ ପ୍ରତିଶତ ଷ୍ଟାଇଲିସ ଏବଂ ୨୦ ପ୍ରତିଶତ ସାଧାରଣ ପୋଷାକ ପିନ୍ଧୁଥିବା ଉଚିତ୍। ଏହି ଯୁବକ ଜଣକ ତାଙ୍କ ଚାହିଦା ଅନୁଯାୟୀ ଶୋଇବା ଘର ପାଇଁ ମଧ୍ୟ ଡ୍ରେସ୍ କୋଡ୍ କହିଛନ୍ତି। ରେଡ୍ଡିଟ୍ ର ଏହି ପୋଷ୍ଟ ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବିଭିନ୍ନ ଉପଭୋକ୍ତା ଏହା ଉପରେ ସେମାନଙ୍କର ମତାମତ ଦେଉଛନ୍ତି। କିଛି ଲୋକ ଦାବି କରୁଛନ୍ତି ଯେ, ଏହି ଯୁବକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।