ସଂସ୍କାର : ବଳାତ୍କାର ଏବଂ ଯୌନ ଶୋଷଣ ଭଳି ଘଟଣା ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟରେ ମହାରାଷ୍ଟ୍ରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି। ଏହି ଗ୍ୟାଙ୍ଗ ରେପ୍ ଘଟଣା ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ବୋଲି ଜଣାପଡିଛି। ଏକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଝିଅଟି ଗତ ୬ମାସ ଧରି ୪୦୦ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଛି। ଯେଉଁଥିରେ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ଡୋମ୍ବିଭଲିରେ ଜଣେ ନାବାଳିକାକୁ ୩୩ ଜଣ ପୁରୁଷ ଖାଇବା ଓ ଚାକିରୀ ଲୋଭର ଶିକାର କରାଇ ରେପ୍ କରିବା ପରେ ଛାଡି ଦେଇଥିଲେ। ତେବେ ଏହି ଗ୍ୟାଙ୍ଗ ରେପ୍ ଘଟଣାରେ ରାଗିଯାଇ ଲୋକମାନେ ପୋଲିସ ପ୍ରଶାସନ ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରୁଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ ପୀଡିତାଙ୍କ ମା’ଙ୍କର ଦୁଇ ବର୍ଷ ପୂର୍ବେ ଦେହାନ୍ତ ହୋଇଛି। ଯାହା ପରେ ନାବାଳିକାର ପିତା ତାଙ୍କୁ ବିବାହ କରିଥିଲେ। ବିବାହ ପରେ ଝିଅଟିକୁ ତାଙ୍କ ଶାଶୁ ଘରେ ନିର୍ଯାତନା ଦିଆଯିବା କାରଣରୁ ସେ ନିଜ ମା’ ଘରକୁ ଫେରି ଆସିଥିଲେ। ପରେ ସେ ବଞ୍ଚିବା ପାଇଁ ଚାକିରୀ ଖୋଜିବାକୁ ବାହାରିଲେ। ରିପୋର୍ଟ ଅନୁଯାୟୀ, ଚାକିରୀ ବାହାନା କରି ଦୁଇଜଣ ଲୋକ ଆମ୍ବେଜୋଗାଇରେ ତାଙ୍କୁ ବଳାତ୍କାର କରିଥିଲେ। ଯାହା ପରେ ଅନ୍ୟ ୧୦୦ ଜଣ ତାଙ୍କୁ ଯୌନ ଶୋଷଣ କରିଥିଲେ। ଏହି ଲୋକମାନଙ୍କ ମଧ୍ୟରେ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି। ଏଥି ସହିତ, ଝିଅଟି ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଛଅ ମାସ ମଧ୍ୟରେ ତାଙ୍କୁ ୪୦୦ ଲୋକ ଚାକିରୀ ଦେବା ଲୋଭ କରାଇ ବଳାତ୍କାର କରିଛନ୍ତି।
୪୦୦ ଲୋକ ବଳାତ୍କାର କରିବା ପରେ ବର୍ତ୍ତମାନ ପୀଡିତା ନାବାଳିକା ୨ ମାସର ଗର୍ଭବତୀ ହୋଇଛନ୍ତି। ଏଥିସହ ପୀଡିତାଙ୍କ ବିବୃତ୍ତି ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ମଧ୍ୟ ଗିରଫ କରିଛି। କିନ୍ତୁ ନାବାଳିକାଙ୍କର ଗର୍ଭରେ ଥିବା ପିଲା କାହାର ସଠିକ ଭାବେ ଜଣାପଡୁନି। ଯାହାକି ଜାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି।