ଭାରତ ବିପକ୍ଷ ଦୁଇ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ମିଚେଲ ସାଣ୍ଟନର୍ ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାଁନ୍ତି। ଉଭୟ ମ୍ୟାଚ୍ରେ ଏକାଦଶ ନ ଖେଳିବା ସତ୍ତ୍ୱେ ମିଚେଲ ସାଣ୍ଟନର୍ ଏହି ସିରିଜରେ ଏକ ଚମତ୍କାର ପ୍ରଦର୍ଶନ କରି 1 ଲକ୍ଷ ଟଙ୍କା ଜିତିଲେ। ୱାନକେଡେ ଟେଷ୍ଟ ମ୍ୟାଚ୍ ସମୟରେ ବାମହାତୀ ସ୍ପିନର ଚମତ୍କାର ଫିଲ୍ଡିଂ କରିଥିଲେ।
ଟିମ୍ ଇଣ୍ଡିଆର ବ୍ୟାଟିଂର 47 ତମ ଓଭରର ପ୍ରଥମ ବଲରେ ବାଉଂଡେରୀ ଲାଇନ୍ ରେ ଫିଲ୍ଡିଂ କରୁଥିବା ମିଚେଲ ସାଣ୍ଟନର୍ ଏକ ନିଶ୍ଚିତ 6 ରନ କୁ ଅଟକାଇ ନଥିଲେ, ବରଂ ନ୍ୟୁଜିଲ୍ୟାଣ୍ଡ ଦଳକୁ ତାଙ୍କ ଚତୁରତାର ଏହି କାର୍ଯ୍ୟ ମଧ୍ୟ ଦର୍ଶାଇ ଥିଲେ। ଶ୍ରେୟାସ ଆୟର ସୋମେରଭିଲରଙ୍କ ବଲ ରେ ଏକ ହାର୍ଡ ସଟ ଖେଳିଥିଲେ। ପ୍ରଥମ ଦେଖାଯାଉଥିଲା ଯେ ବଲ୍ ଅତି ସହଜରେ ସୀମା ରେଖା ଅତିକ୍ରମ କରିବ। କିନ୍ତୁ, ସାଣ୍ଟନର୍ ସୀମା ଦଉଡି ନିକଟରେ ଉଡି ବଲ୍କୁ ସୀମା ରେଖା ଅତିକ୍ରମ କରିବାକୁ ଦେଇନଥିଲେ।
ସାଣ୍ଟନର୍ ହୁଏତ କ୍ୟାଚ୍ ଧରିବାରେ ସକ୍ଷମ ହୋଇନଥିବେ, କିନ୍ତୁ ତାଙ୍କ ଉଦ୍ୟମ ଦଳ ପାଇଁ 5 ରନ୍ ସଞ୍ଚୟ କରିଥଲା, ଯେଉଁଥିପାଇଁ ସମସ୍ତ ଫିଲ୍ଡର ସାଣ୍ଟନର୍ଙ୍କ ପାଇଁ ଖୁବ ପ୍ରଶଂସା କରିଥିଲେ। ଏହିପରି ସାଣ୍ଟନର୍ ଖେଳୁଥିବା ଏକାଦଶରେ ଅନ୍ତର୍ଭୂକ୍ତ ନହେବା ସତ୍ୱେ ବେଷ୍ଟ୍ ସେଭ୍ ଅଫ୍ ଦି ମ୍ୟାଚ୍ ”ପୁରସ୍କାର ଲାଭ କରିଥିଲେ। ଏହି ପ୍ରୟାସ ପାଇଁ ତାଙ୍କୁ 1 ଲକ୍ଷ ଟଙ୍କା ଦିଆଯାଇଥିଲା।
ଅନ୍ୟପକ୍ଷରେ, ଯଦି ଆମେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ ବିଷୟରେ ଆଲୋଚନା କରିବା, ତେବେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ 1-0ରେ ପରାସ୍ତ କରି ଟେଷ୍ଟ ସିରିଜ୍ ଜିତିଛି । ଏଥିସହିତ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆକୁ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ସହ ଟି -20 ସିରିଜ୍ ମଧ୍ୟ ଖେଳିବାକୁ ପଡିବ। ଦକ୍ଷିଣ ଆଫ୍ରିକା ଯାତ୍ରା 26 ଡିସେମ୍ବରରୁ ଆରମ୍ଭ ହେବ।