ସଂସ୍କାର : ଗୋଟିଏ ସୁନ୍ଦର ଘର ତିଆରି କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। କିନ୍ତୁ ସେହି ଘରକୁ ଭାଙ୍ଗିବା ପାଇଁ ଗୋଟିଏ ଘଣ୍ଟା ବି ଲାଗେ ନାହିଁ। ତେବେ ନିକଟରେ ଏଭଳି ଏକ ଖବର ଭାଇରାଲ୍ ହେଉଛି ଯାହାକୁ ଜାଣିଲେ ଆପଣଙ୍କର ହୋସ୍ ଉଡିଯିବ। ଜଣେ ଲୋକେ ନିଜର ଘରରେ ନିଜେ ନିଆଁ ଲଗାଇ ଦେଇଛନ୍ତି। ଆଉ ଏହି ଘରର ମୂଲ୍ୟ ହେଉଛି ୧୩ କୋଟି ଟଙ୍କା।
ସାପକୁ ଘଉଡାଇବା ପାଇଁ ବ୍ୟକ୍ତି ଜଣଙ୍କ ନିଜ ଘରକୁ ପୋଡି ଦେଇଥିବାର ଶୁଣିବାକୁ ମିଳିଛି। ଆଉ ହଁ ଏହି ଖବର ସମ୍ପୂର୍ଣ୍ଣ ସତ ଅଟେ। ଆମେ ପ୍ରାୟତଃ ସାପ ଘରେ ଦେଖିଲେ ସାପ ଧରାଳିକୁ ଘରକୁ ଡାକିଥାଉ। କିନ୍ତୁ ଜଣେ ଆମେରିକୀୟ ବ୍ୟକ୍ତି ଏହା ନ କରି ନିଜେ ହିଁ ସାପକୁ ଘରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳସ୍ୱରୂପ ତାଙ୍କୁ ଏକ ବଡ଼ ଦୁର୍ଘଟଣାର ସାମ୍ନା କରିବାକୁ ପଡିଲା।
ଆମେରିକାରେ ରହୁଥିବା ଏହି ବ୍ୟକ୍ତି ସାପର ଆତଙ୍କକୁ ଏଡାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ଘର ପୋଡି ଦେଇଥିଲେ। ମେରିଲ୍ୟାଣ୍ଡର ମଣ୍ଟଗୋମେରୀ ଜିଲ୍ଲାର ଏକ ଘରରେ ନିଆଁ ଲାଗିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ ଡକାଯାଇଥିଲା। ଆଉ ଘର ନିଆଁ ଲାଗିବାର କାରଣ ଜଣାପଡିଥିଲା ସାପ। ଆର୍ଥତ୍ ସାପକୁ ଘଉଡାଇବା ପାଇଁ ଘର ମାଲିକ ଘରେ ନିଆଁ ଲଗାଇଥିଲେ। ସାପକୁ ଘରୁ ବାହାର କରିବା ପାଇଁ ମାଲିକ ଧୂଆଁ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଧୂଆଁ ଶେଷରେ ନିଆଁର ରୁପ ନେଇ ଘରର ସବୁଆଡେ ବ୍ୟାପି ଯାଇଥିଲା।