ସଂସ୍କାର : ଭାଇରାଲ୍ ହେଉଛି ହତ୍ୟାକାଣ୍ଡର ଲାଇଭ୍ ଭିଡ଼ିଓ। ଆଉ ଏହି ଭିଡ଼ିଓକୁ ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ୍ ହେଉଥିବା ଭିଡ଼ିଓ ରାଜଧାନୀ ଦିଲ୍ଲୀର। ଜାତୀୟ ରାଜଧାନୀ ଦିଲ୍ଲୀର ଆମ୍ବେଦକର ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ନଭେମ୍ବର ୨୫ ତାରିଖର , ଯାହାକି ସିସିଟିଭି ଫୁଟେଜରୁ ଜଣାପଡିଛି। ଅନ୍ୟପଟେ ହତ୍ୟା ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଏହି ଘଟଣାର ଖୁଲାସା କରିଛି। ଏହି ମାମଲାରେ ଅଭିଯୁକ୍ତ ବିକିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।
ଦିଲ୍ଲୀର ଆମ୍ବେଦକର ନଗର ଅଞ୍ଚଳର ଏହି ସିସିଟିଭି ଫୁଟେଜ ନଭେମ୍ବର ୨୫ ତାରିଖର ବୋଲି ଜଣାପଡିଛି। ଭାଇରାଲ୍ ଭିଡ଼ିଓରେ ଜଣାପଡୁଛି ଯେ, ଅବିନାଶ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଫୁଟେଜରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଅବିନାଶ ଆସି ସାଙ୍ଗମାନଙ୍କ ନିକଟରେ ଠିଆ ହୋଇଥିଲେ, ଠିକ୍ ସେତେବେଳେ ସାମ୍ନାରେ ଠିଆ ହୋଇଥିବା ବ୍ୟକ୍ତି, ଯାହାର ନାମ ବିକି, ସେ ପିସ୍ତଲ ସହିତ ଠିଆ ହୋଇଥିଲା। ଆଉ ସଠିକ ସମୟ ଦେଖି ଅବିନାଶଙ୍କୁ ବିକି ଗୁଳି ମାରିଥିଲା। ତେବେ ଅଭିଯୁକ୍ତ ବିକି ଗୁଳି ଚଳାଇବା ପରେ ଫେରାର୍ ଥିଲା। ଯାହାକୁ ବର୍ତ୍ତମାନ ପୋଲିସ ଗିରଫ କରିଛି।
ଗୁଳି ବାଜିବା ପରେ ଅବିନାଶଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଆଉ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅବିନାଶ ଓ ବିକିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଉଭୟଙ୍କ ମଧ୍ୟରେ ଟଙ୍କାକୁ ନେଇ ବିବାଦ ଦେଖାଦେଇଥିଲା ।ଟଙ୍କା କାରବାରକୁ ନେଇ ବିବାଦ ହେବା ପରେ ଅବିନାଶକୁ ବିକି ଗୁଳି କରି ହତ୍ୟା କରିବା ପାଇଁ ଉପାୟ ପାଞ୍ଚିଥିଲା। ଅନ୍ୟପଟେ ଧରପଡିବା ପରେ ଅଭିଯୁକ୍ତ ବିକି ଏହି ଅପରାଧ ସ୍ୱୀକାର କରିଛି। ଅଭିଯୁକ୍ତ ବିକିଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ପିସ୍ତଲ ଏବଂ ଲାଇଭ କାର୍ଟ୍ରିଜକୁ ପୋଲିସ ଉଦ୍ଧାର କରିଛି। ଏଥିସହ ହତ୍ୟାକାଣ୍ଡରେ ସମ୍ପୃକ୍ତ କାର ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ବିକି ନିଜ ଅପରାଧ ସ୍ୱୀକାର କରିଛନ୍ତି। ତେବେ ତାଙ୍କର ପଚରାଉଚରା ଜାରି ରହିଛି।