ସଂସ୍କାର : ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱୀନି ଓ ସୁମିତଙ୍କ ମାମଲାରେ ବ୍ରହ୍ମପୁର କୋର୍ଟ ହସ୍ତକ୍ଷେପ କରିବା ପରେ ସେମାନଙ୍କୁ ୭ ଦିନ ଗୋଟିଏ ଘରେ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଉ ଗତକାଲି ସେମାନଙ୍କର ୭ ଦିନ ପୁରଣ ହୋଇସାରିଛି। ଖାଲି ରିପୋର୍ଟକୁ ଅପେକ୍ଷା କରାଯାଇଛି ଯେ, ଆସ୍କା ଥାନା ଅଧିକାରୀ କୋର୍ଟରେ କି ମନ୍ତବ୍ୟ ଦେଇଛନ୍ତି। ତେବେ ଏଥି ମଧ୍ୟରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ( ସୁର ରାଉତରାୟ ) କୋର୍ଟଙ୍କର ୭ ଦିନ ଏକାଠି ରହିବା ରାୟକୁ ସ୍ୱାଗତ କରିଥିଲେ।
ସୁର କହିଛନ୍ତି ଯେ, କୋର୍ଟଙ୍କର ଆଦେଶକୁ ମୁଁ ଅଭିନନ୍ଦନ ଜଣାଉଛି। ଗୋଟିଏ ଘରେ ତପସ୍ଵନୀ ଆଉ ସୁମିତ ଏକାଠି ରହିବେ। ସେହି ଘରକୁ କେହି ବି ଯିବେନି। କୋର୍ଟଙ୍କର ଏହି ଆଦେଶ ବହୁତ ବଢିଆ।
ଦେଖନ୍ତୁ VIDEO ।
ଅନ୍ୟପକ୍ଷରେ ସେ ( ସୁର) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବଙ୍କୁ ଗଣମାଧ୍ୟମ ଜରିଆରେ ଏକ ଗୁରୁ ଜ୍ଞାନ ଦେଇଛନ୍ତି। ସୁର କହିଛନ୍ତି ଯେ, ବର୍ଷା ଅନୁଭବ ମଧ୍ୟ ଗୋଟିଏ ଘରେ ରହି ରମ୍ପାରମ୍ପି ହେଲେ ସେମାନଙ୍କ ମଧ୍ୟରେ ପ୍ରେମ ଭାବ ଉତ୍ପନ ହେବ ଆଉ ସେମାନେ ପୁଣିଥରେ ଏକାଠି ହେବେ। ଯାହା ରାଜ୍ୟର ପ୍ରତ୍ୟେକ ଲୋକ ଆଉ ସେମାନଙ୍କର ପ୍ରସଂଶକମାନେ ଚାହାନ୍ତି ।