ବ୍ରିସବେନ୍ର ଗାବା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଶେସ୍ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ବ୍ୟାଟ୍ ଏବଂ ବଲ୍ ବ୍ୟତୀତ ଭିନ୍ନ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଖେଳାଳିମାନେ ଗୋଟିଏ ପାର୍ଶ୍ୱରେ ପଡ଼ିଆ ରେ ଖେଳୁଥିଲେ, କିନ୍ତୁ ଷ୍ଟାଣ୍ଡରେ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ପ୍ରେମ ଦେଖାଯାଉଥିଲା । ଏହି ସମୟରେ, ଜଣେ ଇଂରାଜୀ ପ୍ରଶଂସକ ଏକ ଭରପୂର ଷ୍ଟାଣ୍ଡ ରେ ତାଙ୍କ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ ଏବଂ ଏହି ଇଂରାଜୀ ପୁଅର ଗର୍ଲଫ୍ରେଣ୍ଡ ତାଙ୍କ ପ୍ରେମିକକୁ ହଁ ଉତ୍ତର ଦେଇ ଲାଜେଇ ଯାଇଥିଲେ।
ଶୁକ୍ରବାର ଦିନ ବା ତୃତୀୟ ଦିନରେ ଏହି ଘଟଣା ଘଟିଛି। ତୃତୀୟ ଦିନର ପ୍ରଥମ ଅଧିବେଶନରେ, ଯେତେବେଳେ ପାନୀୟଜଳ ବିରତି ହୋଇଥିଲା, ଏହି ଦମ୍ପତି କ୍ୟାମେରାମ୍ୟାନଙ୍କ ଦ୍ୱାରା କଏଦ ହୋଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିବ ଯେ ଝିଅଟି ଅଷ୍ଟ୍ରେଲିଆର ODI ଜର୍ସି ପିନ୍ଧିଛି ଏବଂ ତାଙ୍କ ପ୍ରେମିକା କ୍ୟାପ ଏବଂ ଧଳା ଟି-ସାର୍ଟରେ ଠିଆ ହୋଇଛନ୍ତି।
ତେବେ ଖବର ଅନୁଯାୟୀ ଅଷ୍ଟ୍ରେଲୀୟ ଝିଅକୁ ଯେଉଁ ପ୍ରପୋଜ କରିଥିଲେ ସେ ଜଣେ ଇଂଲଣ୍ଡର ପ୍ରଶଂସକ, ତାଙ୍କ ନାମ ହେଉଛି ରବିନ୍ ହେଲ୍ । ଉଭୟଙ୍କ ମଧ୍ୟରେ 2017 ରେ ସାକ୍ଷାତ ହୋଇଥିଲେ । କୌତୁହଳର ବିଷୟ ହେଉଛି ସେହି ସମୟରେ ରବି ବାର୍ମି ଆର୍ମିର ଅଂଶ ଥିଲେ । ଏହି ସମୟରେ, ସେହି ଅଷ୍ଟ୍ରେଲୀୟ ଝିଅଙ୍କ ନାମ ନତାଲିଆ ଅଟେ, ବର୍ତମାନ ଦୁହିଁଙ୍କ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି।