ସଂସ୍କାର : ବ୍ରହ୍ମାନଗରରେ ଲାଗିଲା ୧୪୪ ଧାରା। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ୧୪୪ ଧାରା ଲାଗି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତପସ୍ୱିନୀ ଓ ଡାକ୍ତର ସୁମିତ ବିବାହ ବିବାଦ ମାମଲା ବର୍ତ୍ତମାନ ଦଙ୍ଗାର ରୂପ ନେଲାଣି। ଅନେକ ମହିଳା ସୁମିତଙ୍କର ଘରେ ଗତ ୨୦ ତାରିଖ ଦିନ ଧସେଇ ପଶିଥିଲେ। ଆଉ ବର୍ତ୍ତମାନ ଏହାକୁ ନେଇ ପୋଲିସର ଦ୍ୱାରସ୍ତ ହୋଇଥିଲେ ସୁମିତଙ୍କର ବାପା। ତେଣୁ ଜନସାଧାରଣଙ୍କର ଉଗ୍ର ରୂପକୁ ଆଖି ଆଗରେ ରହି ଏଠାରେ ୧୪୪ ଧାରା ଲାଗୁ କରଯାଇଛି।
ବ୍ରହ୍ମପୁରର ଦମ୍ପତ୍ତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାହ ବିବାଦ ମାମଲା ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ହକ୍ ପାଇଁ ଓ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପୁଣି ଥରେ ସୁମିତଙ୍କ ଘର ଆଗରେ ଟେଣ୍ଟ ବାନ୍ଧି ଧାରଣାରେ ବସିଛନ୍ତି ତପସ୍ୱିନୀ। ତେବେ ୧୪୪ ଧାରା ଜାରି ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
ଡାକ୍ତର ସୁମିତଙ୍କ ଘର ଥିବା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଥିବା ପୋଲିସ୍ କହିଛି।ଅନ୍ୟପଟେ ତପସ୍ୱିନୀଙ୍କ ଶ୍ୱଶୂର ଘର ଆଗରେ ୨ ସେକ୍ସନ ପୋଲିସ ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରିଛି ପୋଲିସ ପ୍ରଶାସନ। ବ୍ରହ୍ମାନଗର ଠାରୁ ଆରମ୍ଭ କରି ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଧାରା ଲାଗୁ ହୋଇଛି।