ସଂସ୍କାର : ରାଜ୍ୟରେ ଥିବା ପଥର, ବାଲି ଓ ଚିପ୍ସ ଭଳି ଅନେକ ରାଜସ୍ୱ ଜିନିଷ ଧୀରେ ଧୀରେ ସାରିବାକୁ ବସିଲାଣି। କାରଣ ବେଆଇନ ଭାବରେ ଏସବୁ ଚୋରାଚାଲାଣ ହେଉଥିବା ଅନେକ ନଜର ଆସିଛି। ଆମ ରାଜସ୍ୱ ମନ୍ତ୍ରୀ ଆଉ ତହସିଲଦାର୍ ଏସବୁକୁ ନଜରକୁ ନ ଆଣିବା ହେତୁ ଏସବୁ ବେଆଇନ ଚାଲାଣ ହେଉଛି ବୋଲି ରାଜ୍ୟ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ।
ଏହିକ୍ରମରେ ଜଟଣୀ ତହିସିଲରେ ଚାଲିଥିବା ଦୁର୍ନୀତିକୁ ନେଇ ମୁହଁ ଖୋଲିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି ଯେ, ତାଙ୍କ ତହସିଲଦାର ଜଣେ ଗିଳାଟା। ତାର ପୁଣି ଗୋଟାଏ ବଡ ଆଁ, ସବୁ ଖାଇଯାଉଛି। ନିଜର ଚିରାଚରିତ ଢଙ୍ଗରେ ଏଭଳି କହିଛନ୍ତି ଆମ ସୁର ଭାଇ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ କିଭଳି ରାଜ୍ୟରେ ରାଜସ୍ୱ ଜିନିଷକୁ ନେଇ ଦୁର୍ନୀତି ଚାଲିଛି ସେ ମଜାଳିଆ ଢଙ୍ଗରେ କହିଥିଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଚନ୍ଦନା ବାରିକ ନାମକ ଜଣେ କର୍ମୀ ୫ ବର୍ଷ ହେବ ଅଫିସ ଆସୁନାହାନ୍ତି, ତଥାପି ସେ ନିୟମିତ ଭାବରେ ୫ ବର୍ଷ ହେବ ଦରମା ପାଉଛନ୍ତି। ଏହା ସହିତ ଚନ୍ଦନା ନିଜକୁ ତହସିଲର ତହସିଲଦାର ଭାବୁଛନ୍ତି ବୋଲି କହିଛନ୍ତି ସୁର। ଚନ୍ଦନା ଭାରି ପାୱାରଫୁଲ୍ ବୋଲି କହିଛନ୍ତି ସୁର। ଖାଲି ଚନ୍ଦନା ନୁହଁ , ଏମିତି ରାଜ୍ୟର ଅନେକ ତହସିଲଦାର କାହାରି ଛତ୍ରଛାୟା ତଳେ ରହି ଦୁର୍ନୀତିରାଜ୍ ଚଳାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁର। ସେ ଆହୁରି ବି କହିଛନ୍ତି ଯେ, ଆମ ରାଜ୍ୟର ରାଜସ୍ୱ ମନ୍ତ୍ରୀ କେଉଁ କାର୍ଯ୍ୟକୁ ନୁହଁନ୍ତି। ତେବେ ରାଜ୍ୟର ନେତା ମନ୍ତ୍ରୀଙ୍କ ଅପାରଗତା କାରଣରୁ ତହସିଲଦାରମାନେ ଏଭଳି ଦୁର୍ନିତୀଗ୍ରସ୍ତ ହେଉଛନ୍ତି ବୋଲି କହିଛନ୍ତି ସୁର ।