ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ , ଦୁଷ୍କର୍ମ ପରେ ଫିଙ୍ଗିଦେଲେ ନାଳରେ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ….

ସଂସ୍କାର : ଆମ ଦେଶରେ ନୂଆ ନୂଆ ଢଙ୍ଗରେ ମହିଳାମାନେ ବଳାତ୍କାରର ଶିକାର ହେଉଛନ୍ତି। ଯାହାକି ଏକ ନିନ୍ଦନୀୟ କଥା। ଦେଶରେ ଅଶ୍ଳୀଳ ଓ ଅସାମାଜିକ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଅସାମାଜିକ ଲୋକମାନେ ବେଳେବେଳେ ମହିଳାଙ୍କୁ ବଳାତ୍କାର କରି ଜୀବନରୁ ମାରିଦେବାକୁ ପଛାନ୍ତି ନାହିଁ। ଏହିକ୍ରମରେ ବର୍ତ୍ତମାନ ଏକ ଖବର ଜାତୀୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାକୁ ଆସିଛି। ଆଉ ସେହି ଖବରଟି ହେଲା ଏହା ଯେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ କେତେକ ଅସାମାଜିକ ଲୋକ ତାଙ୍କୁ ପ୍ରଥମେ ଅପହରଣ କଲେ ଆଉ ତାପରେ ତାଙ୍କୁ ଗଣଦୁଷ୍କର୍ମ କଲେ।

ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି। ଜାତୀୟ ରାଜଧାନୀ ଦିଲ୍ଲୀର ସାଗରପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ପୀଡ଼ିତା ସାଗରପୁରରେ ନିଜ ସ୍ୱାମୀଙ୍କ ସହିତ ରହୁଥିଲେ। ପୀଡ଼ିତାଙ୍କର ନିଜ ସ୍ୱାମୀଙ୍କ ସହିତ ରବିବାର ଦିନ ବିଳମ୍ବିତ ରାତିରେ କୌଣସି କାରଣରୁ ବିବାଦ ହୋଇଥିଲା। ଏହି କାରଣରୁ ସେ ଘରୁ ବାହାରକୁ ଚାଲିଯାଇଥିଲେ। ସେ ନିଜ ସମ୍ପର୍କୀୟଙ୍କ ଘରକୁ ଯିବାକୁ ବାହାରିଥିଲେ ବୋଲି ପୋଲିସକୁ କହିଛନ୍ତି। ଏହି ସମୟରେ ରାସ୍ତାରେ ଯିବା ସମୟରେ କିଛି ଲୋକ କାର୍ ରେ ଆସି ଲିପ୍ଟ ଦେବାକୁ କହିଥିଲେ ଓ ତାଙ୍କୁ କାର୍ ରେ ନେଇ ଦୁଇଜଣ ବ୍ୟକ୍ତି ଜୋରଜବରଦସ୍ତି ମଦ ପିଆଇଥିଲେ। ଆଉ ତାପରେ ଜଣ ଜଣ କରି ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏହାପରେ ସୋମବାର ଦିନ ସକାଳୁ ସକାଳୁ ନିହାଲ ବିହାର ଅଞ୍ଚଳରେ ଥିବା ଏକ ଗାଁ ପାଖ ନାଳରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ । ତେବେ ପୀଡ଼ିତା ଜଣକ ଏହି ସମସ୍ତ ସୂଚନା ପୋଲିସକୁ ଦେଇଛନ୍ତି। ଆଉ  ପୋଲିସ୍ ମଧ୍ୟ ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *