ସଂସ୍କାର: ଦୁନିଆର ଅନ୍ୟତମ ଅଗ୍ରଣୀ ଶିଳ୍ପପତି ହେଉଛନ୍ତି ଆମ ଦେଶର ଜଣାଶୁଣା ବ୍ୟବସାୟୀ ରତନ ଟାଟା। ସାର୍ ରତନ ଟାଟା ନିଜ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ବେଶ୍ ଲୋକପ୍ରିୟ। ତେବେ ନିକଟରେ ତାଙ୍କର ୮୪ ତମ ଜନ୍ମଦିବସ ଥିଲା। ଗତ ଡିସେମ୍ବର ୨୮ ତାରିଖରେ ସାର୍ ରତନ ଟାଟା ତାଙ୍କର ୮୪ ତମ ଜନ୍ମଦିନ ପାଳନ କରିଥିଲେ। କୌଣସି ଯାକଜମକରେ ନୁହେଁ ବରଂ ଜଣେ ଯୁବକଙ୍କ ସହିତ ନିଜର ୮୪ ତମ ଜନ୍ମଦିବସ ପାଳନ କରିଥିଲେ ରତନ ଟାଟା।
ତେବେ ରତନ ଟାଟା ନିଜର ଜନ୍ମଦିନ ପାଳନ କରୁଥିବାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ରତନ ଟାଟା ଏକ ଚେୟାରରେ ବସିଛନ୍ତି ଆଉ ତାଙ୍କ ସମ୍ମୁଖରେ ଏକ ଟେବୁଲ ଉପରେ ଏକ ଛୋଟ କପ୍ କେକ୍ ରଖାଯାଇଛି। ଆଉ କେକ୍ ଉପରେ ଏକ ଛୋଟ ମହମବତୀ ରଖାଯାଇଛି। ଆଉ ଏହି ମହମବତୀକୁ ଲିଭାଇ କେକ୍ କାଟିଥିଲେ ସାର୍ ରତନ ଟାଟା। ଆଉ ସାର୍ ଟାଟାଙ୍କର ଏହି ଜନ୍ମଉତ୍ସବରେ ତାଙ୍କ ସାମ୍ନାରେ ଟେବୁଲ ପାଖରେ ବସିଥିଲେ ଜଣେ ଯୁବକ। ରତନ ଟାଟାଙ୍କ ପାଖକୁ ଆସି କାନ୍ଧରେ ହାତ ରଖି ଦେଇଥିଲେ ଏହି ଯୁବକ। ତା’ପରେ ଯୁବକ ଜଣଙ୍କ ସାର ରତନ ଟାଟାଙ୍କ ପାଖରେ ବସି କେକ୍ କାଟନ୍ତି ଆଉ ରତନ ଟାଟାଙ୍କୁ କେକ୍ ଖୁଆଇ ଦିଅନ୍ତି।
ତେବେ ରତନ ଟାଟାଙ୍କ ଜନ୍ମଦିନ ପାଳନର ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାପରେ ଅନେକ ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ, ଆମ ଦେଶର ଏହି ପ୍ରସିଦ୍ଧ ବ୍ୟବସାୟୀ ଜଣଙ୍କ ତାଙ୍କ ଜନ୍ମଦିନକୁ ଅତି ସରଳତାର ସହିତ ପାଳନ କରିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡିଓରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ରତନ ଟାଟାଙ୍କ ସହ କେକ୍ କାଟିଥିବା ଏହି ଯୁବକ କିଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୁବକ ଜଣକଙ୍କର ରତନ ଟାଟାଙ୍କ ସହିତ କୌଣସି ପାରିବାରିକ ସମ୍ପର୍କ ନାହିଁ। ତଥାପି ଆଶ୍ଚର୍ଯ୍ୟଜନକ ବିଷୟ ଏହା ଯେ, କାହିଁକି ସାର୍ ରତନ ଟାଟା ଏହି ଯୁବକଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଛନ୍ତି।
ଭିଡିଓରେ ଦେଖାଯାଉଥିବା ପିଲାଟିର ନାଁ ଶାନ୍ତନୁ ନାଇଡୁ। ଏହି ଯୁବକ ଜଣଙ୍କ ହେଉଛନ୍ତି ରତନ ଟାଟାଙ୍କର ବ୍ୟକ୍ତିଗତ ସଚିବ। ଉଲ୍ଲେଖଥାଉ କି, ଯୁବକମାନଙ୍କ ମଧ୍ୟରେ ରତନ ଟାଟା ବହୁତ ଲୋକପ୍ରିୟ। ତେଣୁ ତାଙ୍କର ବକ୍ତୃତା ଏବଂ କାହାଣୀଗୁଡିକ ସୋସିଆଲ୍ ମିଡ଼ିଆରେ କ୍ରମାଗତ ଭାବରେ ଭାଇରାଲ୍ ହେଉଛି। ସାର୍ ରତନ ଟାଟା ଯୁବକ ଓ ଯୁବତୀମାନଙ୍କୁ ଅଧିକ ସ୍ନେହ କରିଥାନ୍ତି। ସେହି କାରଣରୁ ପ୍ରତ୍ୟେକ ଯୁବ ସମାଜ ରତନ ଟାଟାଙ୍କୁ ନିଜର ଆଦର୍ଶ ମାନନ୍ତି। ଖୁବ୍ କମ୍ ଲୋକ ଏହା ମଧ୍ୟ ଜାଣିଛନ୍ତି ଯେ ୮୫ ବର୍ଷ ବୟସରେ ଜଣେ ଯୁବକ ରତନ ଟାଟାଙ୍କ ନିକଟରେ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ରହୁଥିବା ଶାନ୍ତନୁ ନାଇଡୁ ଜଣେ ଭାଗ୍ୟବାନ ଯୁବକ ଯାହାଙ୍କୁ କି ରତନ ଟାଟା ନିଜେ ଡାକିଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ପଦରେ କାର୍ଯ୍ୟ କରିବା ପାଇଁ, ଏବଂ ପ୍ରଥମ ଦିନରେ କହିଥିଲେ ଯେ ଆପଣ ଯାହା କାମ କରନ୍ତି ମୁଁ ସେଥିରେ ବହୁତ ପ୍ରଭାବିତ। କଣ ତୁମେ ମୋର ସହାୟକ ହେବ କି? ଏହା କହି ରତନ ଟାଟା ଶାନ୍ତନୁକୁ ନିଜର ବ୍ୟକ୍ତିଗତ ସଚିବ ପଦରେ ରଖିଥିଲେ।
ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶାନ୍ତନୁ ଗଳି ଓ ରାସ୍ତାଘାଟର କୁକୁରଙ୍କ ପାଇଁ ବେଲ୍ଟ ତିଆରି କାର୍ଯ୍ୟ କରିବା ସମୟରେ ରତନ ଟାଟାଙ୍କ ପ୍ରିୟ ହୋଇଯାଇନ୍ତି। ରତନ ଟାଟାଙ୍କ ସହ କାମ କରୁଥିବା ଶାନ୍ତନୁ ତାଙ୍କ ସଫଳତାର କାହାଣୀ ଫେସବୁକ୍ ପେଜ୍ ହ୍ୟୁମାନ୍ସ ଅଫ୍ ବମ୍ବେରେ ଲେଖିଛନ୍ତି। ଶାନ୍ତନୁ କହିଛନ୍ତି ଯେ ୨୦୧୪ ମସିହାରେ ତାଙ୍କ ଜୀବନ ବଦଳି ଯାଇଥିଲା। ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସେ ରାସ୍ତାର ଦୁର୍ଘଟଣାରେ ଗୋଟିଏ କୁକୁରର ମୃତ୍ୟୁକୁ ଦେଖିଥିଲେ। କୁକୁରମାନଙ୍କୁ ଏହିପରି ମୃତ୍ୟୁରୁ କିପରି ରକ୍ଷା କରିବେ ତାହା ପାଇଁ ଶାନ୍ତନୁ ଚିନ୍ତା କରିବା ଆରମ୍ଭ କଲେ। ତାପରେ ଶାନ୍ତନୁ କୁକୁରଙ୍କ ବେକରେ ଏକ କଲର ବେଲ୍ଟ ବାନ୍ଧିବା ପାଇଁ ଚିନ୍ତା କଲେ । ଆଉ ସେହି ଚିନ୍ତା ସମୟକ୍ରମେ ଆବିଷ୍କାରରେ ପରିଣତ ହେଲା। ସେ ଏକ ଚମକଦାର କଲ ବେଲ୍ଟ ତିଆରି କଲେ ଯାହା ଡ୍ରାଇଭରମାନେ ଦୂରରୁ କୁକୁର ଠିଆ ହୋଇଛି ବୋଲି ଜାଣିପାରିବେ। ତେବେ ଶାନ୍ତୁନୁଙ୍କର ଏହି ଆବିଷ୍କାରରେ ବହୁତ ପ୍ରଭାବିତ ହୋଇଥିଲେ ରତନ ଟାଟା। ଏହି କାରଣରୁ ଶାନ୍ତୁନୁଙ୍କୁ ନିଜର ବ୍ୟକ୍ତିଗତ ସଚିବ କରିଛନ୍ତି ସାର୍ ରତନ୍ ଟାଟା।