ଆତ୍ମହତ୍ୟା କଲେ ଯୁବତୀ ! ରାଜଧାନୀର ଘରୋଇ ହଷ୍ଟେଲରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର..

ସଂସ୍କାର: ରାଜ୍ୟ ରାଜଧାନୀରେ ଜଣେ ଯୁବତୀଙ୍କର ମୃତ ଦେହ ଉଦ୍ଧାର। ଭୁବନେଶ୍ୱରର ଏକ ଘରୋଇ ଛାତ୍ରୀ ହଷ୍ଟେଲରୁ ଗତ ୩୧ ତାରିଖ ଦିନ ଜଣେ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଛି। ରାଜଧାନୀର ଇନଫୋସିଟି ଥାନା ଅଂଚଳରେ ଥିବା ଏକ ଏମବିଏ କଲେଜ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ମିଳିଛି ଇନଫୋସିଟି ପୋଲିସ୍ ସୂଚନା ଦେଇଛି।

ସୂଚନା ରହିଛି ଯେ, ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଏକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ। ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳରେ ଇନଫୋସିଟି ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଏହି ମୃତ ଏମବିଏ ଛାତ୍ରୀ ଜଣଙ୍କ ହେଉଛନ୍ତି, କୋରାପୁଟ ସୁନାବେଡାର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ପ୍ରଜ୍ଞମିତା ସେଠିି । ଶୁକ୍ରବାର ସଂନ୍ଧ୍ୟା ୫ଟା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ତେବେ ସମସ୍ତେ ପୁରୁଣା ବର୍ଷକୁ ବିଦାୟ ଦେଉଥିବାବେଳେ ସେହି ସମୟରେ ସୁଶ୍ରୀ ଆତ୍ମହତ୍ୟା କରିଥିବା ଜଣା ପଡିଛି। ତେବେ ଆସନ୍ତାକାଲି ଏକ କମ୍ପାନୀରେ ତାଙ୍କର ନିଯୁକ୍ତି ହେବାର ଥିଲା। ଯାହାକି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି। ହେଲେ ହଠାତ୍ କଣ ଏପରି ହେଲା ଯେ, ସେ ଆତ୍ମହତ୍ୟା କରିବାକୁ ସ୍ଥିର କଲେ ତାର ତଦନ୍ତ କରୁଛି ରାଜ୍ୟ ରାଜଧାନୀର ଇନଫୋସିଟି ପୋଲିସ୍।

Leave a Reply

Your email address will not be published. Required fields are marked *