କୁକୁର ସହିତ ସେକ୍ସ କରୁଥିଲା ବୁଢ଼ା ଶ୍ୱଶୁର, ଆଉ ଲୁଚି ଛପି ଭିଡ଼ିଓ ଉତ୍ତୋଳନ କରୁଥିଲା ବୋହୂ , ଅଭିଯୁକ୍ତ ଗିରଫ

ସଂସ୍କାର : କୁକୁର ସହିତ ମନୁଷ୍ୟର ଶାରୀରିକ ସମ୍ପର୍କ। ଘଟଣାଟି ଅଜବ ଲାଗୁଥିଲେ ବି ସତ। ଅପରାଧର ସୀମା ପାର କଲା ଅଭିଯୁକ୍ତ ବୃଦ୍ଧ। ଗୋଟିଏ ପଟେ ଆମେ ପଶୁଜନ୍ତୁଙ୍କୁ ସେହ୍ନ ଶ୍ରଦ୍ଧା କରିବା ପାଇଁ ପାଳୁଥିବା ବେଳେ, ଅନ୍ୟପଟେ ଏହି ଅଭିଯୁକ୍ତ ବୃଦ୍ଧ ଜଣଙ୍କ ଗୋଟିଏ କୁକୁରକୁ ପୋଷି ତା ସହିତ ସେକ୍ସ କରୁଛନ୍ତି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗାଜିଆବାଦରେ। ଏଠାରେ ଏକ ମାଈ କୁକୁର ଉପରେ ଅତ୍ୟାଚାର କରିଛି ତାର ବୁଢା ମାଲିକ। ଆଉ ମାଲିକ କୁକୁର ଉପରେ ଅତ୍ୟାଚାର କରୁଥିବା ବେଳେ ତାର ଭିଡ଼ିଓ ଲୁଚି ଛପି ପ୍ରସ୍ତୁତ କରୁଥିଲେ ବୁଢା ମାଲିକର ବୋହୂ।

ୟୁପିର ଗାଜିଆବାଦର ଏହି ଘଟଣା ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ବୁଢା ମାଲିକର ବୟସ ୬୦ ବର୍ଷ ହେବ ବୋଲି ଜଣାପଡିଛି। ତେବେ ଏନେଇ ଏକ ମାମଲା ପୋଲିସ୍ ଥାନାରେ ରୁଜୁ ହୋଇଛି ।

ତେବେ ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ୬୦ ବର୍ଷର ବୟସ୍କ ଶ୍ୱଶୁର କୁକୁର ସହିତ ମାନବିକତାର ସୀମା ପାର୍ କରି ତା ସହିତ ଖରାପ କାମ କରୁଛି। କୁକୁରର ଶୋଷଣ କରିବା ସମୟର ଭିଡିଓ ଉତ୍ତୋନଳ କରିଛନ୍ତି ଅଭିଯୁକ୍ତଙ୍କ ବୋହୁ । ତେବେ ବୋହୁ ଯେତେବେଳେ କୁକୁର ସହିତ ଖରାପ କାମ କରିବାର ଭିଡିଓ ରେକର୍ଡ କରୁଥିଲେ ସେ ସମୟରେ ଶ୍ୱଶୁର ଦେଖି ନେଇଥିଲେ । ସେହି ଅବସ୍ଥାରେ ବୋହୁ ଠାରୁ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଓ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଆଉ ତାହା ସହିତ ମଧ୍ୟ ଜୋର ଜବରଦସ୍ତୀ କରିବା ପାଇଁ ଚେଷ୍ଟା କରିଥିଲେ ବୃଦ୍ଧ।

ଅନ୍ୟପଟେ ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ପିପୁଲ ଫର୍ ଆନିମଲ୍ ନାମକ ଏକ ପଶୁ ପ୍ରେମୀ ସଂସ୍ଥାକୁ ବୁଢା ଶଶୁରର ଏଭଳି କାଣ୍ଡ ବିଷୟରେ ଜଣାଇଥିଲେ ବୋହୂ । ଏହାପରେ ସଂସ୍ଥାର ଅଧିକାରୀ ମାନେ ତତ୍ପରତା ପ୍ରକାଶ କରି ଏହି ମାମଲା ପୋଲିସ୍ ପାଖରେ ପହଞ୍ଚାଇଥିଲେ । ଅଭିଯୋଗ କ୍ରମେ ପୋଲିସ୍ ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଥିଲା । ତେବେ ସ୍ଥାନୀୟ ଲୋକାଙ୍କ କହିବା ଅନୁସାରେ, ଅଭିଯୁକ୍ତ ଆଗରୁ ମଧ୍ୟ ଏପରି ଖରାପ କାମ କରିସାରିଛି । ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଆଇପିସି ଧାରା ୩୭୭ ଅଧୀନରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *