ସଂସ୍କାର : ବଳାତ୍କାରର ହୋଇଛି ସୀମା ପାର୍। ପ୍ରଥମେ ବଳାତ୍କାର ଆଉ ପରେ ନାବାଳିକାଙ୍କର ପ୍ରାଇଭେଟ ପାର୍ଟରେ ଚେଙ୍କ ଦେଇଥିଲେ ଦୁର୍ବୁତ୍ତ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ରାଜସ୍ଥାନରେ।
ରାଜସ୍ଥାନ ବୁନ୍ଦିରେ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଜଣାପଡିଛି । ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ନାବାଳିକାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଦୁଷ୍କର୍ମ ଜାରି ରଖିଥିଲେ।
ଗତ ଡିସେମ୍ବର ୨୩ ତାରିଖରେ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲେ । ନାବାଳିକା ଜଣଙ୍କ ଛେଳି ଚରାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏହି ଆଦିବାସୀ ନାବାଳିକାଙ୍କୁ ତିନି ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ । ସେହି ସମୟରେ ନାବାଳିକା ଜଣଙ୍କ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ତାଙ୍କ ଗଳାକାଟି ହତ୍ୟା କରିଥିଲେ ।
ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି ଯେ, ନାବାଳିକାଙ୍କ ପ୍ରାଇଭେଟ୍ ପାର୍ଟରେ ୩୦ରୁ ଅଧିକ ଆଘାତ ଲାଗିଛି । ଅଭିଯୁକ୍ତ ନାବାଳିକାଙ୍କ ଶରୀରରେ ଓ ପ୍ରାଇଭେଟ ପାର୍ଟରେ ଚେଙ୍କ ଦେଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଆହୁରି ଜଣାପଡିଛି ଯେ, ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ନାବାଳିକାଙ୍କୁ ଓଢଣୀରେ ବାନ୍ଧି ଦେଇଥିଲେ। ଅନ୍ୟପଟେ ବୁନ୍ଦି ବାର୍ ଆସୋସିଏସନର ସଦସ୍ୟମାନେ ମଧ୍ୟ କୋର୍ଟରେ ଅଭିଯୁକ୍ତମାନଙ୍କୁ ରକ୍ଷା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।