ଭାଇର ଫାଶରେ ଭଉଣୀ ମୃତ , କାଜୁ ବାଡ଼ିରୁ ମିଳିଥିଲା ଭଉଣୀର ଉଲଗ୍ନ ଶରୀର, ୪ ଗିରଫ , ୪ ଫେରାର୍

ସଂସ୍କାର : ଭଉଣୀକୁ ମାରିଦେଲା ଭାଇ। ଆଉ ଭାଇ ମାରିବା ପରେ ଦୁଷ୍କର୍ମର ରୂପ ଦେଇ କାଜୁବାଡିକୁ ଫିଙ୍ଗିଦେଲା ଭଉଣୀର ଶବକୁ। ଏଭଳି ଏକ ଘଟଣା ବର୍ତ୍ତମାନ ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି।

କୋରାପୁଟ ବୋରିଗୁମ୍ମା ନିକଟସ୍ଥ ଚିଲିଗୁଡା କାଜୁ ବାଡିରୁ ଯୁବତୀଙ୍କ ମୃତ ଦେହ ମିଳିବା ଘଟଣା । ଘଟଣା ଉପରୁ ପରଦା ହଟାଇଲା ବୋରିଗୁମ୍ମା ପୋଲିସ।ଘଟଣାରେ ଯୁବତୀଙ୍କ ଦୁଇ ଭାଇ ହିଁ ବାହାରିଲେ ଅଭିଯୁକ୍ତ। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇନି ବରଂ ଜଙ୍ଗଲରେ ବାରାହା ଶୀକାର ପାଇଁ ଶୀକାରୀ ମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ ହୋଇଛି।

ଆଉ ଏହା ପରେ ପୋଲିସକୁ ଚକମା ଦେବା ପାଇଁ ଶୀକାରୀ ମାନେ ଏହାକୁ ଦୁଷ୍କର୍ମ ପରେ ହତ୍ୟା ରୁପ ଦେବା ପାଇଁ ଯୁବତୀଙ୍କ ମର ଶରୀରକୁ ଉଲଗ୍ନ କରି ପରିଚୟ ଲୁଚାଇବା ପାଇଁ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ଗିରଫ ମଧ୍ୟରେ ମୃତକଙ୍କ ନାବାଳକ ଭାଇ ଓ ସଂପର୍କୀୟ ଭାଇ ବି ରହିଛି । ବଳକା ୪ ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋରାପୁଟ ଏସପି ।

ଗତ ମାସ ୩୦ ତାରିଖ ଦିନ ଚିଲିଡୁଡାର ଶୁଭଦ୍ରା ଅମାନତ୍ୟ ନିଜ ପ୍ରେମିକକୁ ଭେଟିବାକୁ ନିକଟସ୍ଥ କାଜୁ ବାଡକୁ ଯାଇଥିଲେ । ଏହି ସମୟରେ ଶୀକାରୀ ମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ । ତେବେ ପରିବାର ଲୋକ ଏନେଇ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ । ଏହି ମାସ ୨ ତାରିଖ ଦିନ ଯୁବତୀଙ୍କ ମୃତ ଦେବ ଚିଲିଡୁଡା କାଜୁ ବାଡରୁ ଉଦ୍ଧାର ହୋଈଥିଲା ।

Leave a Reply

Your email address will not be published. Required fields are marked *